ରାଜସ୍ଥାନ: ସୋମବାର ରାଜସ୍ଥାନରେ ଆଉ ଏକ ବଡ ସିରିଜ୍ ଦୁର୍ଘଟଣା ଘଟିଛି। ଜୟପୁରର ହରମନ ଅଞ୍ଚଳରେ ଏକ ନିୟନ୍ତ୍ରଣହୀନ ଡମ୍ଫର ଟ୍ରକ୍ ୩୦-୪୦ଟି ଗାଡିକୁ ଧକ୍କା ଦେଇଥିଲା। ଡମ୍ଫରର ବ୍ରେକ ଫେଲ୍ ହୋଇଯିବାରୁ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବ୍ରେକ୍ ଫେଲ୍ ହେବା ପରେ ଡମ୍ଫରଟି ପ୍ରାୟ ୪୦ଟି ଚାରି ଚକିଆ ଏବଂ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତମାନଙ୍କୁ ସହରର ଏସଏମଏସ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏସଏମଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।









