18.1 C
Bhubaneswar
Sunday, February 8, 2026
Homeଓଡିଶାବିଜେଡିକୁ ଶ୍ରୀମୟୀଙ୍କ ‘ଟାଇଟନିକ’ ବାଣ

ବିଜେଡିକୁ ଶ୍ରୀମୟୀଙ୍କ ‘ଟାଇଟନିକ’ ବାଣ

ଭୁବନେଶ୍ୱର: ବିଜେଡିକୁ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର ।  ଟାଇଟନିକକୁ ସଂପୂର୍ଣ୍ଣ ବୁଡାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କହି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ।  ନବୀନଙ୍କ ନୂଆପଡା ଗସ୍ତ ପୂର୍ବରୁ ସୋସିଆଲ ମିଡିଆଲ ମିଡିଆରେ ପୋଷ୍ଟ କରି ହମଲା କରିଛନ୍ତି ।  ନାଁନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନଙ୍କୁ  ତେରେଚ୍ଛା ବାଣ ମାରିଛନ୍ତି । କହିଛନ୍ତି, ଶୁଣିବାକୁ ମିଳୁଛି  ନାନୀ କୁଆଡେ  ରାଜ୍ୟସଭା ଯିବାକୁ ଶ୍କିତ ଗୋଟାଉଛନ୍ତି ।  ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ । ଜାମସେଦପୁର ପାଣି ଯିଏ ବଢିଛି, ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବ । ଇଲେକ୍ସନ କମିଶନ  ବେଡି ପକାଇଥିଲେ, ଏବେ ନୂଆ ପରିଚୟ ଅପେକ୍ଷାରେ । ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ?ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ’ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking