29.1 C
Bhubaneswar
Friday, February 6, 2026
Homeଓଡିଶାଟ୍ରେନ୍ ଧକ୍କାରେ ଦନ୍ତା ମୃତ

ଟ୍ରେନ୍ ଧକ୍କାରେ ଦନ୍ତା ମୃତ

ବାରିପଦା: ଟେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜୁଗଳ ଷ୍ଟେସନ ନିକଟରେ ଧକ୍କା ଦେଲା ଶାଲିମାର – ପୁରୀ ଏକ୍ସପ୍ରେସ୍ ଟ୍ରେନ୍। ଲୋକମାନେ ଦନ୍ତା ହାତୀକୁ ଘଉଡାଇବା ବେଳେ ଏହି ଦୁର୍ଘଟଣାଟି ଘଟିଛି। ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ଗଲା ହାତୀର ଜୀବନ l ଶନିବାର ବିଳମ୍ବିତ ରାତିରେ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ନିକଟରେ ଥିବା ରେଳ ଧାରଣାରେ ପଶ୍ଚିମବଙ୍ଗ ସାଲିମାରରୁ ଆସୁଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଧକ୍କାରେ ଗୋଠ ଛଡା ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି l ଖବର ପାଇ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking