21.1 C
Bhubaneswar
Thursday, February 5, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟା ମାମଲା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି

ପୀତବାସ ପଣ୍ଡା ହତ୍ୟା ମାମଲା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି

ଗଞ୍ଜାମ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୪ ଭଡ଼ାଟିଆ ସାର୍ପସୁଟର୍‌ଙ୍କୁ ନିଜ ଘରେ ଆଶ୍ରୟ ଦେବା ଅଭିଯୋଗରେ ଅଳକାପୁରୀ ଅଞ୍ଚଳର ଶୂନ୍ୟଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିଭଳି ଘଟଣାରେ ଆଉ ଜଣଙ୍କୁ ଅଟକ ରଖ୍ ପୋଲିସ ଜେରା କରୁଥିବା ଜଣାପଡ଼ିଛି। ବ୍ରହ୍ମପୁର ଅଳକାପୁରୀ ସ୍ଥିତ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଆଶ୍ରୟ ଦିଆଯାଇଥିଲା। ଗିରଫ କର୍ପୋରେଟର ମଳୟ ବିଶୋୟୀଙ୍କ ଅନୁରୋଧ ରକ୍ଷା କରି ଶୂନ୍ୟ ଦାସ ୪ଜଣ ଅପରିଚିତ ବ୍ୟକ୍ତିଙ୍କୁ ଅଜାଣତରେ ନିଜ ଘରେ ଆଶ୍ରୟ ଦେଇଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ କ‌ହିଥିଲେ ।ସେପଟେ ଗିରଫ ପୂର୍ବତନ ମେୟର ପିଣ୍ଡୁ ଦାଶଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking