25.1 C
Bhubaneswar
Thursday, February 12, 2026
Homeଓଡିଶାକଙ୍ଗାରୁ କୋର୍ଟ: ୪ ଗିରଫ

କଙ୍ଗାରୁ କୋର୍ଟ: ୪ ଗିରଫ

କେନ୍ଦୁଝର: ପରକୀୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡଙ୍ଗୀପୁର ଗାଁରେ ଗାଁର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳା ନିକଟକୁ ଯାଇଥିଲେ । ଏହି ସମୟରେ ଗାଁର କିଛି ଯୁବକ ମହିଳାଙ୍କ ନିକଟରେ ଏକୁଟିଆ ଶିଶିରକୁ ଦେଖି ସଂପୃକ୍ତ ମହିଳା ସହ ଖରାପ ସମ୍ପର୍କ ଅଛି କହି କବାଟ ବନ୍ଦ କରିଦେଲେ ।ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି । ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି । ଏନେଇ ସମ୍ପୃକ୍ତ ମହିଳା ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଗ୍ରାମରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking