25.1 C
Bhubaneswar
Thursday, February 5, 2026
Homeଓଡିଶାହାଇପ୍ରେସର୍‌ ୱେଲ୍ଡିଂ ସମ୍ବନ୍ଧରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ହାଇପ୍ରେସର୍‌ ୱେଲ୍ଡିଂ ସମ୍ବନ୍ଧରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ କାରଖାନାମାନଙ୍କରେ ଉଭୟ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭିନ୍ନଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଆସୁଅଛି । ସେହି କ୍ରମରେ ରାଜ୍ୟରେ ପାୱାର୍‌ ପ୍ଲାଣ୍ଟ(ବଏଲର୍‌)ଗୁଡିକରେ ସୁରକ୍ଷିତ ଚଳନ, ରକ୍ଷଣାବେକ୍ଷଣ ଏବଂ ମରାମତିକୁ ଦୃଷ୍ଟିରେରଖି ଆଜି ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ହାଇପ୍ରେସର୍‌ ୱେଲ୍ଡିଂ ସମ୍ବନ୍ଧରେ ସୁରକ୍ଷା ଏବଂ ଗୁଣବତ୍ତା ଶୀର୍ଷକ ବିଷୟ ଉପରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ପୂର୍ବାହ୍ନରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅତିରିକ୍ତ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କାରଖାନାମାନଙ୍କରେ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିବା ସହିତ ପାୱାର୍‌ ପ୍ଲାଣ୍ଟ ଦାୟିତ୍ୱରେ ଥିବା ଅଧିକାରୀଙ୍କର ଏଥି ନିମନ୍ତେ ଗୁରୁ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ କହିଲେ ଯେ ଉଚ୍ଚ ଚାପ ପ୍ରତିରୋଧ କରିପାରିବା ଗୁଣବତ୍ତାସଂପନ୍ନ େୱଲïରଙ୍କର ଆବଶ୍ୟକତା ଅଛି ଯାହା ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷିତ କରିବାକୁ ସାହାଯ୍ୟ କରେ । ୱେଲ୍ଡିଂ ସମୟରେ ଯଦି ଯଥେଷ୍ଟ ସତର୍କତା ନିଆନଯାଏ, ତେବେ ଏହାର ଉଚ୍ଚ ଚାପ ପ୍ରତିରୋଧ କରିବାର କ୍ଷମତା ହ୍ରାସ  ପାଇପାରେ, ଯାହା ଦୁର୍ଘଟଣା ଘଟାଇପାରେ ।ଏହା ସହିତ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ(ସୁରକ୍ଷା) ଶ୍ରୀ ଅନିଲ କୁମାର ନନ୍ଦ ଏବଂ ଢେଙ୍କାନାଳ ମଣ୍ଡଳର ସହନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ପାଣିଗ୍ରାହୀ କର୍ମଶାଳାରେ ଯୋଗଦେଇ ଉଦବୋଧନ ଦେବା ସହିତ ତାଲିମ କର୍ମଶାଳାକୁ ସଞ୍ଚାଳନ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ ।ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୧୦୦ ଜଣ ଭିନ୍ନ ଭିନ୍ନ ବର୍ଗର କାରଖାନା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking