18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକାର୍ ଦୁର୍ଘଟଣା: ମହିଳା ମୃତ

କାର୍ ଦୁର୍ଘଟଣା: ମହିଳା ମୃତ

ରେଢାଖୋଲ: ଚାରମାଳା ଥାନା ନୂଆପଡାଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ମିଳିଛି ସୂଚନା । ସୂଚନା ଅନୁସାରେ, ଭାରସାମ୍ୟ ହରାଇ ଡିଭଆଇଡର୍‌ରେ ପିଟି ହେଲା କାର୍ । କାର୍ ଏତେ ଜୋରରେ ପିଟି ହୋଇଥିଲା ଯେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗୁରୁତର ୨ ଜଣଙ୍କୁ ବୁର୍ଲା ଭିମସାର୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ସମ୍ବଲପୁର ଫେରିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking