28.1 C
Bhubaneswar
Monday, February 23, 2026
Homeଓଡିଶାହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପିସିସିର ଦାବି

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପିସିସିର ଦାବି

ଭୁବନେଶ୍ୱର: ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟଥିତ ହୋଇଛି। ଉଲ୍ଲେଖ ଯୋଗ୍ୟଯେ ଶ୍ରୀଯୁକ୍ତ କୁମାର ଜଣେ ଅନୁସୂଚିତ ଜାତିବର୍ଗର ଅଫିସର ଥିଲେ ଓ ସେ ସର୍ବଦା ଚାକିରୀ ଏବଂ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଅଧିକାରୀ ମାନଙ୍କର ଅନୁପାତିକ ସଂରକ୍ଷଣ ସପକ୍ଷରେ ସ୍ୱର ଉତ୍ତୋଳନ କରୁଥିଲେ। ଗତ ଅକ୍ଟୋବର ୭ ତାରିଖରେ ସେ ଲେଖିଥିବା ୯ ପୃଷ୍ଠା ବିଶିଷ୍ଟ “ସୁଇସାଇଡ” ନୋଟ ଅନୁଯାୟୀ ହରିଆନା ପୋଲିସ ଡିଜି ଶତୃଜିତ କପୁର ଓ ଅନ୍ୟ ୧୬ ଜଣ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମାନେ ତାଙ୍କୁ ଜାତିଗତ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିଆନା ସରକାର କୌଣସି ଜଣେ ମଧ୍ୟ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିନାହାନ୍ତି। ଅପର ପକ୍ଷରେ ହରିଆନାର ବିଜେପି ସରକାର ହରିଆନା ପୋଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତରୁ ବଞ୍ଚାଇବାପାଇଁ ଛୁଟିରେ ପଠେଇଦେଇଅଛନ୍ତି। ଆହୁରି ମଧ୍ୟ ସୂଚନା ଯୋଗ୍ୟ ଯେ ମୃତ ଆଇପିଏସ ଅଧିକାରୀ ଶ୍ରୀ କୁମାରଙ୍କ ଧର୍ମପତ୍ନୀ ଅମନିତ ପି କୁମାର ଯିଏ ମଧ୍ୟ ଜଣେ ଆଇଏଏସ ଅଧିକାରୀ ସୁଇସାଇଡ ନୋଟରେ ଥିବା ଅଧିକାରୀ ମାନଙ୍କ ନାମରେ ଏତଲା ରୁଜୁ କରିଅଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହରିଆନା ସରକାର ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି ଯାହାକି ହରିଆନା ସରକାରଙ୍କ ଜାତିଗତ ବିଦ୍ୱେଷ ଭାବର ପ୍ରମାଣିତ କରୁଅଛି।

ଉଲ୍ଲେଖ ଯୋଗ୍ୟ ଯେ ଆଜି ସଂସଦର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ପରିଦର୍ଶନ କରୁଅଛନ୍ତି। ଏଣୁ ଆମ୍ଭେମାନେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶ୍ରୀ କୁମାରଙ୍କ ସୁଇସାଇଡ ନୋଟରେ ଉଲ୍ଲେଖିତ ଥିବା ସମସ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାପାଇଁ ଓ ସିବିଆଇକୁ ଏହି ତଦନ୍ତଭାର ଦେବାପାଇଁ ଦାବି କରୁଅଛୁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ, ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking