30.1 C
Bhubaneswar
Wednesday, February 11, 2026
Homeଓଡିଶାଦେଶବାସୀ କଂଗ୍ରେସର ପ୍ରତାରଣାକୁ ସବୁଦିନ ମନେ ରଖିବେ: ମନୋଜ ମହାପାତ୍ର

ଦେଶବାସୀ କଂଗ୍ରେସର ପ୍ରତାରଣାକୁ ସବୁଦିନ ମନେ ରଖିବେ: ମନୋଜ ମହାପାତ୍ର

ଭୁବନେଶ୍ୱର: କଂଗ୍ରେସ ଦେଶ ଓ ରାଜ୍ୟବାସୀଙ୍କୁ ପ୍ରତାରଣା କରି ଏବେ ଲୋକଙ୍କୁ ଭୁଆଁ ବୁଲାଇବ ପାଇଁ ଓ ଗଣମାଧ୍ୟମରେ ରହିବାକୁ ଆନ୍ଦୋଳନ କରୁଛନ୍ତି। କଂଗ୍ରେସ ପକ୍ଷରୁ ଯେଉଁ ପ୍ରତାରଣା ଦିବସ ପାଳନ କରାଯାଉଛି ତାହାର କୌଣସି ପ୍ରଭାବ ନାହିଁ। ସେମାନେ ଯେଉଁ ପ୍ରତାରଣା କଥା କହୁଛନ୍ତି ବାସ୍ତବରେ ଏହି ଦଳ କେନ୍ଦ୍ରରେ ୫୦ ବର୍ଷ ଓ ରାଜ୍ୟରେ ୪୦ ବର୍ଷ ଧରି ସରକାରରେ ରହି ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରି ଦେଶର ଜନସାଧାରଣଙ୍କୁ ପ୍ରତାରଣା ଦେଇଆସିଛି। ଏଥିପାଇଁ ଦେଶର ସାଧାରଣଜନତା ସେମାନଙ୍କୁ ଜବାବ ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବିବୃତିରେ ରାଜ୍ୟ ମୁଖ୍ୟପାତ୍ର ମନୋଜ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, କଂଗ୍ରେସ ଦଳର ଆଉ ସ୍ଥିତି ନାହିଁ। ଏବେ କଂଗ୍ରେସ ସାମାଜିକ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଅବା ଖବରକାଗଜ ରହିବା ପାଇଁ ଏଭଳି ଆନ୍ଦୋଳନ କରୁଛି। ଦଳ ବଂଚିଛି ବୋଲି ଦେଖାଇବା ପାଇଁ ଏଭଳି ଏକ ଟୋକନ ପ୍ରୋଗ୍ରାମ ଆୟୋଜନ କରାଯାଇଛିି। ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ଜଗତେ କେବଳ ଜନେ ହସିବା ସଦୃଶ। କାରଣ ଯେଉଁଠି ଜିତିଲେ ତାହା ରାହୁଲ ଗାନ୍ଧୀଙ୍କ ଭୋଟ ବୋଲି କଂଗ୍ରେସ କହୁଥିବାବେଳେ ଆଉ ଯେଉଁଠି ହାରିଲେ ସେଠାରେ ଭୋଟ ଚୋରି ହୋଇଛି ବୋଲି କହୁଛନ୍ତି। ଏହି ଚାଲାଖିକୁ ଜନସାଧାରଣ ଭଲଭାବେ ବୁଝିସାରିଛନ୍ତି ବୋଲି ଶ୍ରୀ ମହପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking