25.1 C
Bhubaneswar
Saturday, December 6, 2025
Homeଓଡିଶାକଟକରେ କାଲି ୧୦ଟା ଯାଏଁ କର୍ଫ୍ୟୁ

କଟକରେ କାଲି ୧୦ଟା ଯାଏଁ କର୍ଫ୍ୟୁ

କଟକ: ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଯାହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଛି । କଟକ ସହରର କିଛି ଅଞ୍ଚଳ ପାଉଁ କର୍ଫ୍ୟୁ ଘୋଷଣା କରାଯାଇଛି । ଏନେଇ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୧୦ ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ , ପୁରୀଘାଟ ଅଂଚଳ ବାବାମବାଡି, ଲାଲବାଗ, ବିଡାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦରଥାନାରେ କର୍ଫ୍ୟୁ ଘୋଷଣା ହୋଇଛି । ସରକାରୀ ଅପିସ ଖୋଲା ରହିବ, ଜରୁରୀ କାଳୀନ ସେବା ଜାରି ରହିବ । ପେଟ୍ରୋଲ ପମ୍ପ, ହସ୍ପିଟାଲ, ମେଡିସିନ ଷ୍ଟୋର, ଗ୍ରୋସରୀ ଦୋକାନ ଖୋଲା ରହିବ । ସହରର କୌଣସି ସ୍ଥାନରେ ଏକଜୁଟ ନ ହେବା ପାଇଁ ପୋଲିସ ଅଫିଲ କରିଛନ୍ତି । ଅଧିକ ବସ ଚଳାଚଳ ନକରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି । ସହରର ପ୍ରତି ଛକ ବଜାରରେ ପୋଲିସ ଜଗିଛନ୍ତି, ହିଂସା ହେବାକୁ ଦିଆଯିବନି । ସମସ୍ତଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି, ସ୍ଥିତି ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକାଠି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଥିସହିତ କଟକ ସହରରେ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା କରାଯାଇଛି । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି ।  ହ୍ୱାଟସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ ବନ୍ଦ ରହିଛି । ଅନ୍ୟପଟେ ପୋଲିସ ଡିଜି କହିଛନ୍ତି, କଟକ ଭାଇଚାରାର ସହର, ଏଠି ସବୁ ପର୍ବ ସମସ୍ତେ ମିଳିମିଶି ପାଳନ୍ତି । ଏବଂ କଟକବାସୀଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଓଡିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ପୋଲିସ ୱାବେସାଇଟରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ୱାସ କରନ୍ତୁ । ସୂଚନାଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି । ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking