କେନ୍ଦୁଝର: ତେଲକୋଇ ବନାଞ୍ଚଳ ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବଦ୍ଧ ମାଇହାତୀ । କିଛି ଦିନ ଧରି ହାତୀଟି ଏଣେତେଣେ ବୁଲୁଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ହାତୀଟିର ଆଗ ବାମ ଗୋଡ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଛି । କେହି ଶିକାରୀ ହାତୀ ଦାନ୍ତ ଚୋରି ଉଦ୍ଦେଶ୍ୟରେ ହାତୀକୁ ଗୁଳି କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସୀ । ଆହତ ହାତୀଟି ଉପରେ ନଜର ରଖିଛନ୍ତି ବନ ବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା ହାତୀଟିର ଚିକିତ୍ସା ଆରମ୍ଭ ହୋଇନାହିଁ । ଫଳରେ ତା ଅବସ୍ଥା ସଙ୍କଟାପ୍ନନ ରହିଛି । ହାତୀକୁ କିଏ ଗୁଳି କଲା ତାକୁ ନେଇ ପ୍ରଶ୍ନ ଉଠିଛି ।










