24.1 C
Bhubaneswar
Friday, February 6, 2026
Homeଓଡିଶାସରପଞ୍ଚଙ୍କ ବିରୋଧରେ ଥିବା ଅନାସ୍ଥା ସପକ୍ଷରେ ଉପଜିଲାପାଳଙ୍କୁ ଦାବିପତ୍ର

ସରପଞ୍ଚଙ୍କ ବିରୋଧରେ ଥିବା ଅନାସ୍ଥା ସପକ୍ଷରେ ଉପଜିଲାପାଳଙ୍କୁ ଦାବିପତ୍ର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏହାକୁ ବେଆଇନ ବୋଲି ଦର୍ଶାଇ ଅନାସ୍ଥା ଆଗତକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ। ସେମାନଙ୍କ ଅଭିଯୋଗ ମୁତାବକ ଅନାସ୍ଥା ପାଇଁ ଆବେଦନ କରିଥିବା ୧୧ଜଣ ଆବେଦନକାରୀଙ୍କ ମଧ୍ୟରୁ ଦୁଇଜଣ ସଦସ୍ୟ ପଞ୍ଚାୟତରେ ଉପସ୍ଥିତ ନଥିବା ଏବଂ ଜଣେ ବାହାରେ ଥିବା ବେଳେ ଅନ୍ୟଜଣେ ଚାକିରୀରେ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନା ଯୋଗ୍ୟ ଯେ ପଞ୍ଚାୟତର ୧୧ଜଣ ସଦସ୍ୟ ସଦସ୍ୟା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ। ଏନେଇ ଉପଜିଲ୍ଲାପାଳଙ୍କ ଇଜାଲସରେ ଆବେଦନ କରିଥିଲେ। ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ଜେନା ଦୀର୍ଘ ସାଢେ଼ ତିନି ବର୍ଷ ହେବ ପଞ୍ଚାୟତର କୌଣସି ଉନ୍ନୟନମୂଳକ କାର୍ଯ୍ୟ କରୁନାହାଁନ୍ତି କି ପଞ୍ଚାୟତର ୱାର୍ଡ ସଭ୍ୟଙ୍କ କଥା ଶୁଣୁନାହାଁନ୍ତି ବୋଲି ଦର୍ଶାଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ। ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ଆଣିଥିଲେ ପଞ୍ଚାୟତବାସୀ। ରାସ୍ତାଘାଟ କାର୍ଯ୍ୟ କରାଯାଇନାହିଁ କି ହିତାଧିକାରୀଙ୍କୁ ଲେବର କାର୍ଡ, ଶୌଚାଳୟ, ଭତ୍ତା ଆଦି ମଧ୍ୟ ଦେଉନାହାଁନ୍ତି। ପଞ୍ଚାୟତର କୌଣସି ବୈଠକରେ ଯୋଗ ଦେଉନାହାଁନ୍ତି କି କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିବା ଅଭିଯୋଗରେ ଦର୍ଶାଇଥିଲେ। ଏବେ ପ୍ରତିପକ୍ଷଙ୍କ ଅଭିଯୋଗ ପରେ ପ୍ରଶାସନ ହରଡ ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking