28.1 C
Bhubaneswar
Wednesday, April 29, 2026
Homeଓଡିଶାଯାଜପୁରରେ କାଳୀ ପୂଜା ଓ ଲଷ୍ମୀ ନାରାୟଣ ପୂଜା ନିମନ୍ତେ ବୈଠକ

ଯାଜପୁରରେ କାଳୀ ପୂଜା ଓ ଲଷ୍ମୀ ନାରାୟଣ ପୂଜା ନିମନ୍ତେ ବୈଠକ

ଯାଜପୁର: ଯାଜପୁରର ଗଣ ପର୍ବ କାଳୀପୂଜା ଓ ଲକ୍ଷ୍ମୀ ନାରାୟଣପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ଯୋଗ ଦେଇ ଚଳିତ ବର୍ଷ ଗଣପର୍ବ କାଳୀପୂଜା କୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାର୍ଦ୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ ଭସାଣି କୁ ସମାପନ କରିବା ନିମନ୍ତେ ସମସ୍ତ ପୂଜା କମିଟିର କର୍ମକର୍ତାମାନଙ୍କ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶାନ୍ତି କମିଟି ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କମିଟି ରେ ସବୁ ବର୍ଗ ଓ ସବୁ ଭାଗର ବ୍ୟକ୍ତି ମାନଙ୍କୁ ସାମିଲ କରି ପ୍ରଶାସନ କୁ ପ୍ରଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଥି ସହିତ ଚଳିତ ବର୍ଷ ପୂଜା ମଣ୍ଡପ ପାରିପାର୍ଶ୍ୱିକ ଅଂଚଳରେ ସ୍ୱଚ୍ଛତା ରଖିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପୂଜା କମିଟି ଓ ପୂଜା ମଣ୍ଡପ ଗୁଡ଼ିକର ସଭାପତି, ସମ୍ପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅକ୍ଟୋବର ୧୯ ତାରିଖରେ ଲଷ୍ମୀନାରାୟଣ ପୂଜା ଏବଂ ୨୦ ତାରିଖ ଠାରୁ ମା କାଳୀ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୨୮ଏବଂ ୨୯ତାରିଖ ୨ଦିନ ଧରି ଭସାଣି ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ସମସ୍ତ ପୂଜା କମିଟି ତାଙ୍କର ଫାୟର ସାର୍ଟିଫିକେଟ, ସାରଣ ପରମିଶନ ଓ ଇଲେକ୍ଟ୍ରିକ ସାର୍ଟିଫିକେଟ ଆବେଦନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେବା ପାଇଁ ବ୍ୟବସ୍ଥା କରାଯିବ ।

ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବାପାଇଁ କମିଟିର କର୍ମକର୍ତା ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ସେହିପରି ପୂଜା ମଣ୍ଡପ ନିକଟରେ ସି.ସି କ୍ୟାମେରା ଲଗାଇବା, ଭସାଣି ଦିବସରେ ମଦ ଦୋକାନ ବନ୍ଦ ରଖିବା, ପୌରାଂଚଳରେ ସମସ୍ତ ରାସ୍ତା ଘାଟ ମରାମତି,ଆଲୋକିକରଣ କରିବା, ଶୁଦ୍ଧ ପାନୀୟ ଜଳଯୋଗାଣ ଆଦି କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଯୋଗ ଦେଇ ସହରବାସୀଙ୍କ ସହଯୋଗ କାମନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking