28.1 C
Bhubaneswar
Saturday, May 9, 2026
Homeଓଡିଶାସ୍ୱାଭାବିକ ହେଲା ବିଧାନସଭା ଗୃହକାର୍ଯ୍ୟ

ସ୍ୱାଭାବିକ ହେଲା ବିଧାନସଭା ଗୃହକାର୍ଯ୍ୟ

ଭୁବନେଶ୍ୱର: ସ୍ୱାଭାବିକ ହେଲା ବିଧାନସଭା  ମୌସୁମୀ ଅଧିବେଶନର ଗୃହକାର୍ଯ୍ୟ । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପରେ ଆଲୋଚନା ଚାଲିଛି । ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ଠାରୁ ଗୃହ ସୁରୁଖୁରୁରେ ଚାଲିପାରୁନଥିଲା। ବିଜେଡି – ବିଜେପି ପୋଡିୟମ ତଳକୁ ଆସି ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରୁଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ  ବାରମ୍ବାର ଗୃହକୁ ମୁଲତବୀ କରୁଥିଲେ ।  ସାର ସଙ୍କଟ, ପଞ୍ଚାୟତ ପ୍ରତିନିଧି ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବିଜେଡି ବିଧାୟକ । ବାଚସ୍ପତି ବାରମ୍ବାର ବିରୋଧୀଙ୍କୁ ଅନୁରୋଧ କରି ବୁଝାଇଲେ ମଧ୍ୟ ସେମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ । ଗୃହ ସ୍ୱାଭାବିକ ଭାବେ ଚଳାଇଦେଉନଥିଲେ ।  ଅନ୍ୟପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଅଧିବେଶନର ଆରମ୍ଭରୁ ହିଁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।  ନାରୀ ସୁରକ୍ଷା, ନାରୀ ନିର୍ଯାତନା ପ୍ରସଙ୍ଗରେ ନାରାବାଜି କରି ହୋହଲ୍ଲା ସୃଷ୍ଟି କରିଥିଲେ ।  ଫଳରେ ଗୃହ ଚାଲିପାରୁନଥିଲା । ପ୍ରଶ୍ନକାଳ ଆରମ୍ଭରୁ କେଇ ମିନିଟ ଚାଲିବା ପରେ ଧୋଇ ହୋଇଯାଉଥିଲା । ଆଜି  କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କଲେ ବାଚସ୍ପତି ସୁରମା ପାଢୀ । କିନ୍ତୁ ବାଚସ୍ପତି ଯେଉଁଭଳି ଭାବେ ୧୮ ତାରିଖରେ ୧୨ଟା ୪୭ ମିନିଟରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ  ଅନ୍ୟ ୧୪ ବିଧାୟକ  ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ ଏବଂ ତାପରଦିନ ନୋଟିସକୁ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ବାଚସ୍ପତି କହିଥିଲେ । ହେଲେ ଗୃହ ଲଗାତାର ଭାବରେ ବିରୋଧୀଙ୍କ  ହଙ୍ଗାମା, ହଟ୍ଟଗୋଳ  ଦ୍ୱାରା ସ୍ୱାଭାବିକ ଭାବରେ ଚାଲିପାରୁନଥିଲ।।  ଗୃହ ସ୍ୱାଭାବିକ ନଥିବାରୁ ଗୃହକୁ ଆସିପାରିନଥିଲା । ସଂସଦୀୟ ନିୟମ ଅନୁସାରେ , ବିଧାନସଭାରେ ଅଚଳ ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି  ସରିଯାଇଥିବାରୁ କଂଗ୍ରେସର ଅନାସ୍ଥା କାଟ ଖାଇଛି । କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଅନାସ୍ଥା  ନୋଟିସ ଅଗ୍ରାହ୍ୟ  ପରେ କକ୍ଷତ୍ୟାଗ କରଛିି କଂଗ୍ରେସ । କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking