ଭୁବନେଶ୍ୱର: ରାଜ୍ୟର ୧୭ଟି ବିଶ୍ୱ ବିଦ୍ୟାଳୟରେ ବଢିଛି ନିର୍ଯାତନା । ଶାରୀରିକ , ମାନସିକ ଓ ଯୌନ ନିର୍ଯାତନା ବଢିଛି । ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ଏନେଇ ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀସୂରଜ ଲିଖିତ ଉତ୍ତର ରଖିଛନ୍ତି । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










