ଭୁବନେଶ୍ୱର: ପ୍ରଶ୍ନକାଳକୁ ଚଲାଇ ଦେବାକୁ ଚାହୁଁନି ବିଜେଡି । ଏନେଇ ବିଜେପି ବିଧାୟକ ଅଗସ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଜେଡି ସମୟରୁ ଚାଷୀଙ୍କ ସମସ୍ୟା ଲାଗି ରହିଛି । କିନ୍ତୁ ଏ ଦିଗରେ ବିଜେପି ସରକାର ପୂରା ନଜର ରଖିଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ସମ୍ପୁର୍ଣ୍ଣ ସୂଚନା ଦେଇଛନ୍ତି ।ବିରୋଧୀ ଅଯଥା ରାଜନୀତି କରୁଛନ୍ତି । କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପୋଷ୍ଟର ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










