ଭୁବନେଶ୍ୱର: ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଅଏଲ, ସୁଗାର ବୋର୍ଡ । କ୍ୟାଣ୍ଟିନ ସମେତ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରମୁଖ ସ୍ଥାନରେ ଏହି ବୋର୍ଡ ଲାଗିବ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜର ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ । ତେଲ ଓ ଚିନି ଯୁକ୍ତ ଖାଦ୍ୟ ଖାଇଲେ କଣ ଅସୁବିଧା ରହିଛି ତାହା ଦର୍ଶାଯିବ । ଜଙ୍କ ଫୁଡ , କୋଲ୍ଡଡ୍ରିଙ୍କସଠୁ ଦୂରରେ ରହିବାକୁ କୁହାଯିବ । କେଉଁ ପ୍ରକାରର ଖାଦ୍ୟ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ତାକୁ ନେଇ ସଚେତନ କରାଯିବ ।









