21.1 C
Bhubaneswar
Friday, February 6, 2026
Homeଓଡିଶାବାଇକକୁ ଚାପିଦେଲା ଟ୍ରକ: ବାଇକ ଚାଳକ ମୃତ

ବାଇକକୁ ଚାପିଦେଲା ଟ୍ରକ: ବାଇକ ଚାଳକ ମୃତ

ମୟୂରଭଞ୍ଜ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଚାପିଦେଲା ଟ୍ରକ। ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ, ଟ୍ରକ ଥାନାରେ ଅଟକ, ଉତ୍ତେଜନାଜାରି। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୧୮ ଓ ୪୯ ନମ୍ୱର ମିଳନସ୍ଥଳ ବମ୍ବେଛକ ଓଭର ବ୍ରିଜ ତଳେ। ରାସ୍ତା ମଝିରେ ଶବ ପଡିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ବୃଦ୍ଧି ପାଇଛି। ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି। ବାଇକରେ ସ୍ଵାମୀ ସ୍ତ୍ରୀ ଯାତାୟତ କରୁଥିବା ବେଳେ ଚାପି ଦେଇଥିଲା ଟ୍ରକ। ଫଳରେ ଘଟଣାସ୍ଥଳରେ ସ୍ଵାମୀ ସୁରେଶ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବିନ୍ଧାଣୀଙ୍କ ଘର ଚାନ୍ଧୁଆ ଥାନା ଅଞ୍ଚଳ ବୋଲି ସୂଚନା ! ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ବେଳେ ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking