ଗଞ୍ଜାମ: ବାରହା ଆକ୍ରମଣରେ ପ୍ରାଣ ହରାଇଲେ ମହିଳା । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଡୁଙ୍ଗୁରୀ ଗାଁର ମହିଳା ବାରହା ଆକ୍ରମଣରେ ମୃତ । ଚାଷଜମିକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ ମହିଳା । ଏନେଇ ମୃତକଙ୍କ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ବାରହା ଆତଙ୍କକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି । ସମସ୍ତେ ଅସୁରକ୍ଷିତ ମନେ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।










