ଭୁବନେଶ୍ୱର: ବିଜେଡି ପାଇଁ ଏବେ କିଛି ଭଲ ନାହିଁ । ଦଳରେ ଏବେ ଗୋଷ୍ଠୀକନ୍ଦଳ ପିକରେ ପହଞ୍ଚିଛି । ଜଣକ ପରେ ଜଣେ ନେତା ଓ ନେତ୍ରୀ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ବିଜେଡି ଛାଡିଛନ୍ତି ପ୍ରଫୁଲ୍ଲ ମଲିକ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ଉପସଭାପତି ପ୍ରତାପ ଜେନା ନିଲମ୍ବନ କରିଛନ୍ତି । ଗତକାଲି ପ୍ରଫୁଲ୍ଲ କହିଥିଲେ ଦଳ ଠିକ ଭାବେ ନଚାଲିଲେ ଛାଡିଦେବି ।ଏହାଛଡ଼ା ସେ ଆହୁରି କହିଥିଲେ ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି ଓ ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଥିଲେ ।










