ବାଲେଶ୍ୱର: ପୁଣିଥରେ ବାଲେଶ୍ୱରକୁ ବନ୍ୟା ଭୟ । ଲଗାଣ ବର୍ଷା ଯୋଗୁ ବଢୁଛି ଜଳକା ଏବଂ ବୁଢା ବଳଙ୍ଗ ନଦୀର ଜଳସ୍ତର । ଉଭୟ ଜଳକା ଏବଂ ବୁଢାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଟପିଛି । ଫଳରେ ବାଲେଶ୍ୱର ସଦର ଅଞ୍ଚଳରେ ଚାଷ ଜମି ସହ ଗୋଟିଏ ପରେ ଗୋଟିଏ ଗାଁରେ ପାଣି ପଶିବାରେ ଲାଗିଛି । ଭୁଜୁରୀ ବଜାର ଛକ ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ସେହିପରି ଗତ ଦୁଇ ଦିନ ଧରି ବସ୍ତା ସେତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର , ମୋରଡା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦାରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ମଥାନି ବାହରଦା କୁଡିଆ ଭଳି ୧୦ଟି ପଞ୍ଚାୟତ ପ୍ରବାହିତ ହେବାର ଆଶଙ୍କା ରହିଛି । ବନ୍ୟା ହେଲେ ହଜାର ହଜାର ହେକ୍ଟର ଜମିରେ କିଛି ଦିନ ପୂର୍ବରୁ ରୁଆ ଯାଇଥିବା ଧାନ ତଳି ମଧ୍ୟ ପଚି ନଷ୍ଟ ହେବାର ମଧ୍ୟ ଆଶଙ୍କା କରାଯାଉଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।










