26.1 C
Bhubaneswar
Wednesday, February 4, 2026
Homeଓଡିଶା୮ଜଣ ମହିଳାଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨ସରକାରୀ ଅଧିକାରୀ ଫେରାର

୮ଜଣ ମହିଳାଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨ସରକାରୀ ଅଧିକାରୀ ଫେରାର

ଜଗତ୍‌ସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ୮ଜଣ ମହିଳା, ୨ଜଣ ସରକାରୀ ବାବୁଙ୍କୁ ହାତ କରି ଏସ୍‌ଜିଏସ୍‌ୱାଇ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅର୍ଥକୁ ଠକି ନେଇଥିବା ଘଟଣାରେ ଭିଜିଲାନ୍ସ ଦ୍ୱାରା ବୁଧବାର ଅପରାହ୍ନରେ ବନ୍ଧା ହୋଇ କୋର୍ଟଚାଲଣ କରା ଯାଇଥିବା କଟକ ଭିଜିଲାନ୍ସ ନିର୍ଦ୍ଦେଶକ ସୁଚନା ପ୍ରଦାନ କରିଛନ୍ତି। ତେବେ ସେହି ସରକାରୀ ବାବୁ ୨ଜଣ ହେଲେ ନାଉଗାଁ ଅଞ୍ଚଳର ପଶୁ ଚିକିତ୍ସକ କୁଞ୍ଜ ବିହାରୀ ସ୍ୱାଇଁ ଓ ଦୁଧୀଆଳି ଗାଈ ଯୋଗାଣ ଦାୟୀତ୍ୱରେ ଥିବା ରଞ୍ଜିତ୍ କୁମାର ବେହେରା ଅନ୍ତର୍ଭୂକ୍ତ । ଏହି ଦୁଇ ଜଣ ବର୍ତ୍ତମାନ ଶୁଦ୍ଧା ଫେରାର ଥିବା ଜଣାଯାଇଛି। ତେବେ ଗିରଫ ଓ ଫେରାର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଫା ୧୩(୨) ଆର/ଡବ୍ଳୁ ୧୩/(୧)(ଡି) ପିସି ଆକ୍ଟ ୧୯୮୮ରେ ଦଫା ୪୨୦/୪୬୭/ ୪୬୮/୪୭୧/୧୨୦- ବି ଆଇପିଏସ୍‌ରେ ଭିଜିଲାନ୍ସ ଚାର୍ଜସିଟ୍ ମାମଲା ରୁଜୁ କରା ଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରା ଯାଇଛି। ପ୍ରକାଶ, ନାଉଗାଁ ଥାନା ଅନ୍ତର୍ଗତ କୁରୁକୀ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୃପର ମନି ଦାସ, ପ୍ରଭାତୀ ଦାସ, ପ୍ରମିଳା ଦାସ, ଲିଲି ଦାସ, ଛବିଲତା ଦାସ, ହେମା ଦାସ, ଶାନ୍ତିଲତା ପରିଡା ଏବଂ ମମତା ପରିଡା ୮ଜଣ ମହିଳା ସ୍ୱର୍ଣ୍ଣ ଜୟନ୍ତି ଗ୍ରାମ ସ୍ୱରୋଜଗାର (ଏସ୍‌ଜିଏସ୍‌ୱାଇ) ଯୋଜନାରେ ସ୍ୱାବଲମ୍ବି ହେବା ପାଇଁ ଦୁଧୀଆଳି ଗାଈ ବାବଦରେ ଋଣ କରିଥିଲେ। ହେଲେ ଏମାନେ ଉକ୍ତ ଋଣ ଅର୍ଥରେ ଗାଈ ନ କିଣି ମିଥ୍ୟା କାଗଜ ପତ୍ରରେ ସରକାରୀ ସବସିଡ୍ ଅର୍ଥ ଆତ୍ମସାତ୍ କରିଥିଲେ। ମିଥ୍ୟା କାଗଜ ପତ୍ର କରିବାରେ ନାଉଗାଁ ପଶୁ ଚିକିତ୍ସକ କୁଞ୍ଜ ବିହାରୀ ସ୍ୱାଇଁ ଓ ଦୁଧିଆଳି ଗାଈ ଜୋଗାଣ ଦାୟୀତ୍ୱରେ ଥିବା ସଦରକାରୀ ଅଧିକାରୀ ରଞ୍ଜିତ କୁମାର ବେହେରା ଦ୍ୱୟ ସାମିଲ ଥିବା ଭିଜିଲାନ୍ସ ତଦନ୍ତରୁ ଜଣା ପଡିବା ପରେ ସରକାରୀ ବାବୁ ଦ୍ୱୟ ଫେରାର ହୋଇ ଯାଇଥିଲେ। କିନ୍ତୁ ଅଭିଯୁକ୍ତ ୮ଜଣ ମହିଳାଙ୍କୁ ଭିଜିଲାନ୍ସ ବିଭାଗ ଗତକାଲି ସନ୍ଧ୍ୟାରେ ଗିରଫ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋଟ୍ କଟକ ଚାଲଣ କରା ଯାଇଛି। ଅନ୍ୟ ସରକାରୀ ଅଭିଯୁକ୍ତ ଦ୍ୱୟ ଫେରାର ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking