ଭୁବନେଶ୍ୱର: ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସ ରେଡ କରିଛି । ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସୂଚନା ପରେ ରେଡ କରାଯଇଛି । କମିଶନରେଟ ପୋଲିସ ସହାୟତାରେ ରେଡ କରୁଛି ଆସାମ ପୋଲିସ । ଇନଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ ଚାଲିଛି । ଆତ୍ମ ଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ ହେଲେ ସମୀର ପଟ୍ଟନାୟକ । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଖୋଜୁଛି ଆସାମ ପୋଲିସ ।









