19.1 C
Bhubaneswar
Wednesday, February 11, 2026
Homeଓଡିଶାମହିଳାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ: ବିଜେଡି

ମହିଳାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର: ଗୋଟିଏ ଘରୋଇ ଆମ୍ୱୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଗତ ଏକବର୍ଷ ଭିତରେ ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବିଜୁ ଜନତା ଦଳ କହିଛି ।ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେଲିନ ମହାନ୍ତି କହିଛନ୍ତି, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜୁ ଜନତା ଦଳ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଆସୁଛି । ସରକାର ଆମ୍ୱୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣ ନକରିବା କାରଣରୁ ଆମ୍ୱୁଲାନ୍ସ ସେବା ପ୍ରଭାବିତ ହୋଇଛି ।

ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ଆମ୍ୱୁଲାନ୍ସ ସେବା, ଫୋନ କରିବାର ୨୦ ମିନିଟ ଭିତରେ ଆମ୍ୱୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚୁଥିଲା । କିନ୍ତୁ, ଏବେ ଆମ୍ୱୁଲାନ୍ସ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗତ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟବର୍ତ୍ତୀ ଏକ ଗ୍ରାମରେ ଶଙ୍କର ନାମକ ଏକ ଯୁବକ କ୍ରିକେଟ ଖେଳୁଥିବା ବେଳେ ଛାତିରେ ବଲ ବାଜି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ବ୍ରହ୍ମପୁର ମେଡିକାଲ କଲେଜକୁ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ୱୁଲାନ୍ସଟି ଖରାପ ହୋଇଯାଇଥିଲା । ଆମ୍ୱୁଲାନ୍ସରେ ଥିବା ଅନ୍ୟମାନେ ଅନ୍ୟ ଏକ ୧୦୮ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ, ୩ ଘଣ୍ଟା ପର୍ଯ୍ୟନ୍ତ ଆମ୍ୱୁଲାନ୍ସ ଆସିପାରି ନଥିଲା । ରୋଗୀଙ୍କ ଆତ୍ମୀୟ ଗୋଟିଏ ଘରୋଇ ଗାଡ଼ିରେ ରୋଗୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ।ଡ଼ ମହାନ୍ତି କହିଛନ୍ତି, ୧୦୮ ଆମ୍ୱୁଲାନ୍ସ ସେବା ଉପଲବ୍ଧ ହୋଇ ନ ପାରିବାରୁ, ଆଉ ଏକ ଅମୁଲ୍ୟ ଜୀବନ ଯାଇଛି । ବାରମ୍ୱାର ଘଟୁଥିବା ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ଜଣଙ୍କ ପରେ ଜଣେ ମୃତୁ୍ୟବରଣ କରୁଛନ୍ତି, କିନ୍ତୁ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ । ମୃତ ମହିଳାଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଘୋଷଣା କରନ୍ତୁ ଓ ତୁରନ୍ତ ୧୦୮ ଆମ୍ୱୁଲାନ୍ସ ସେବାକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking