19.1 C
Bhubaneswar
Friday, December 5, 2025
Homeଓଡିଶାସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭଦ୍ରକ:ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣାଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରୀରେ ୧୬ ନମ୍ବରଜାତୁତ ରାଜପଥର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ  ରାଜେଶ ପଣ୍ଡା (୨୫)। ଘର ବଡରାମପୁର , ବିଷ୍ଣୁପୁର, ଥାନା,  ଧାମନଗର, ଭଦ୍ରକ।  ଗତକାଲି ସେ ଘରୁ ଭଦ୍ରକ ଆସିଥିଲା।

ରାତିରେ ଘରକୁ ଫେରିଥିବା ବେଳେ ନଳଙ୍ଗ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟସ୍ଥ ଜାତୀୟ ରାଜପଥ ଉପରେ  କୌଣସି ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି। ରବିବାର ସକାଳେ ତାଙ୍କର ମୃତଦେହକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କର ମୃତ ଦେହକୁ ଭଦ୍ରକ ମେଡ଼ିକାଲକୁ ଆଣି ଶବ ବ୍ୟବଚ୍ଛଦ କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ରାଜେଶ ବାପା ମାଆଙ୍କର ଗୋଟିଏ ପୁଅ। ରାଜେଶଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking