22.1 C
Bhubaneswar
Friday, December 5, 2025
Homeଓଡିଶାଝିଅକୁ ମାରିଦେଲା ଭୁଲ ଇଞ୍ଜେକ୍ସନ

ଝିଅକୁ ମାରିଦେଲା ଭୁଲ ଇଞ୍ଜେକ୍ସନ

ସୋର: ଭୁଲ ଇଜେକ୍ସନ ଯୋଗୁଁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକ । ତୁଡୁଗଡିଆ ବଜାରରେ ରାସ୍ତା ଅବରୋଧ କରିଛନ୍ତି । ରାଇଗଡିଆ ଗାଁର ଜଣେ ବ୍ୟକ୍ତିଙ୍କ ଶିଶୁକନ୍ୟାକୁ ଜ୍ୱର ହୋଇଥିଲା । ତୁଡିଗଡିଆ ବଜାରରେ ଥିବା ଘରୋଇ କ୍ଲିନିକରେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ଶିଶୁକନ୍ୟାକୁ ଏକ ଇଞ୍ଜେକ୍ସନ ଦେଇଥିଲେ । ପରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଶିଶୁକନ୍ୟାକୁ ବାଲେଶ୍ୱର ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକ । ଡାକ୍ତରଖାନାରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା । ଘଟଣା ପରେ ସମ୍ପୃକ୍ତ ଡାକ୍ତର ଫେରାର ଥିବା ନେଇ ସୂଚନା ମିଳିଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking