ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ମଲ୍ଲିକଙ୍କୁ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ କଟକ ଭିଜିଲାସନ୍ସ ଗିରଫ କରିଛି l ସୁକିନ୍ଦା ବ୍ଲକର ପିମ୍ପୁଡିଆ ପଂଚାୟତର ବାର୍ଦ୍ଧକ ଭତ୍ତା ହିତାଧିକାରୀ ମାନଙ୍କ ଟଙ୍କା ହଡପ କରି ନିଲମ୍ବିତ ହୋଇଥିଲେl ଦାନଗଦି ବ୍ଲକରେ ଡେପୁଟିସନ କରାଯାଇଥିଲା l ଏ ସଂମ୍ପର୍କରେ କଟକ ଭିଜିଲାସନ୍ସ ଏସପି ନିକଟରେ ଅଭିଯୋଗ କରାଯାଇଥିଲା l ଏସପି ନିର୍ଦେଶ ରେ ଏ ସମ୍ପର୍କ ତଦନ୍ତ କରା ଯାଇ ଥିଲା ସେ ୭ଲକ୍ଷ ୩୫୦୦୦ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନା କଟକ ଭିଜିଲାନ୍ସ ଦ୍ୱାରା ଗିରଫ,କରି ଏକ ମାମଲା ରୁଜୁ କରି ଥିଲା l କେଶ ନମ୍ବର ୨୬/୨୫ l ଶନିବାର ଦାନଗଦି ବ୍ଲକରୁ ସୁକିନ୍ଦା ବ୍ଲକର ପୂର୍ଵତନ ପିଇଓ ସନ୍ତୋଷ ମଲ୍ଲିକଙ୍କୁ ଗିରଫ କରି କଟକ ଭିଜିଲାସନ୍ସ କାର୍ଯ୍ୟାଳୟକୁ ନିଆଯାଇ,କୋର୍ଟ ଚାଲାଣ କରାଯାଇଛି l










