24.1 C
Bhubaneswar
Monday, February 23, 2026
Homeଓଡିଶାଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି: ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଦିଗପହଣ୍ଡି ବ୍ଲକ ରାମନଦୀ ଆନିକଟ ନିକଟରୁ ଏକ ଅଜଣା ଯୁକକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବଡପଦା ଗାଁ ଉଦୟନାଥେଶ୍ୱର ଶିବ ମନ୍ଦିର ପାଶ୍ୱର୍ରେ ଥିବା ଆନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କୁ କେହି ହତ୍ୟା କରିବା ପରେ ନଦୀକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ କେଉଁ ଅଞ୍ଚଳର ଏବଂ ତାଙ୍କ ମୃତଦେହ ନଦୀ ମଧ୍ୟକୁ ଆସିଲା କେମିତି ସେ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ପୋଲିସଏନେଇ ଆଇଆଇସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି

ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ପାଖାପାଖି ହେବ। ଗଜପତି ଜିଲାର କୌଣସି ଏକ ଅଞ୍ଚଳରୁ ମୃତଦେହଟି ଭାସି ଆସି ରାମ ନଦୀ ଆନିକଟରେ ଲାଗିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୈବପୀଠର ପରିଚାଳନା କମିଟି ସଭାପତି ବିଶନାଥ ଜାନିଙ୍କ ଏତଲା କ୍ରମେ ଥାନାରେ ଅପମୃତ୍ୟୁ ମାମଲା ୠଜୁଜ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking