13.1 C
Bhubaneswar
Sunday, December 7, 2025
Homeଖେଳଆଇପିଏଲ୍‌ରୁ ଅଶ୍ୱିନ୍‌ଙ୍କ ଅବସର

ଆଇପିଏଲ୍‌ରୁ ଅଶ୍ୱିନ୍‌ଙ୍କ ଅବସର

ନୂଆଦିଲ୍ଲୀ: ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉଲ୍ଲେଖନୀୟ କ୍ୟାରିଅର ହାସଲ କରିବା ପରେ ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ୱିନ୍ । ଏହା ଘୋଷଣା କରି ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଆଇପିଏଲ୍ କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍‌ରେ ଖେଳ ଜାରି ରହିବ । ସ୍ମୃତି ଏବଂ ସମ୍ପର୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ମାନଙ୍କୁ ଧନ୍ୟବାଦ୍ ।” ଆଇପିଏଲ୍‌ରେ ୨୨୧ ମ୍ୟାଚ୍ ଖେଳି ୧୮୭ ୱିକେଟ୍ ନେଇଛନ୍ତି ଅଶ୍ୱିନ୍ । ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୫ଟି ଦଳର ପ୍ରତିନିଧିତ୍ୱ କରିଥିଲେ। ଡିସେମ୍ବର ୨୦୨୪ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।

ଆର.ଅଶ୍ୱିନ ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ। ଏହା ପରେ ସେ ରାଇଜିଂ ପୁଣେ ସୁପରଜିଆଣ୍ଟସ, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ତା’ପରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ସେ ଗତ ସିଜିନ୍ (ଆଇପିଏଲ୍ ୨୦୨୫) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସକୁ ଫେରିଥିଲେ, ଯେଉଁଥିରେ ସେ ଖେଳି ଆଜି ଆଇପିଏଲ୍‌ କ୍ରିକେଟରୁ ଅବସର ନେଇଛନ୍ତି

ଆର ଅଶ୍ୱିନ ଆଇପିଏଲ ରେକର୍ଡ

ଅଶ୍ୱିନ ଆଇପିଏଲରେ ୫ଟି ଦଳ ପାଇଁ ଖେଳିଛନ୍ତି। ତାଙ୍କର ଆଇପିଏଲ ଯାତ୍ରା ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଆରମ୍ଭ ହୋଇଥିଲା। ସେ ପ୍ରଥମ ସିଜିନରେ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ତାଙ୍କର ଶେଷ ଆଇପିଏଲ ସିଜିନ (୨୦୨୫) ରେ, ସେ ସିଏସକେ ପାଇଁ ୯ଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୭ଟି ୱିକେଟ ନେଇଥିଲେ। ଦେଖନ୍ତୁ ସେ କେଉଁ ଫ୍ରାଞ୍ଚାଇଜି ପାଇଁ କେତେ ୱିକେଟ ନେଇଛନ୍ତି।

  • ସିଏସକେ ପାଇଁ (୨୦୦୯-୧୫ ଏବଂ ୨୦୧୫) – ୧୦୬ ମ୍ୟାଚ୍‌ରେ ୯୭ ୱିକେଟ୍
  • ଆରପିଏସ ପାଇଁ (୨୦୧୬) – ୧୪ ମ୍ୟାଚ୍‌ରେ ୧୦ ୱିକେଟ୍
  • ପିବିକେଏସ ପାଇଁ (୨୦୧୮-୧୯) – ୨୮ ମ୍ୟାଚ୍‌ରେ ୨୫ ୱିକେଟ୍
  • ଡିସି ପାଇଁ (୨୦୨୦-୨୨) – ୨୮ ମ୍ୟାଚ୍‌ରେ ୨୦ ୱିକେଟ୍
  • ଆରଆର ପାଇଁ (୨୦୨୨-୨୪) – ୪୫ ମ୍ୟାଚ୍‌ରେ ୩୫ ୱିକେଟ୍

ମୋଟ ୫ଟି ଦଳ ପାଇଁ ଖେଳି, ଅଶ୍ୱିନ ୨୨୧ଟି ଆଇପିଏଲ ମ୍ୟାଚ୍ ରେ ୧୮୭ଟି ୱିକେଟ୍ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ବିଷୟରେ କହିବାକୁ ଗଲେ, ସେ ୧୦୬ଟି ଟେଷ୍ଟ, ୧୧୬ଟି ଦିନିକିଆ ଏବଂ ୬୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କର ଯଥାକ୍ରମେ ୫୩୭, ୧୫୬ ଏବଂ ୭୨ଟି ୱିକେଟ୍ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking