18.1 C
Bhubaneswar
Saturday, December 6, 2025
Homeଓଡିଶାଆନନ୍ଦପୁରରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳନ ସଂଗ୍ରାମ...

ଆନନ୍ଦପୁରରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳନ ସଂଗ୍ରାମ ଥିଲେ ଭୁବନେଶ୍ୱର ଉଠୁଥାନ୍ତା ପଡ଼ୁଥାନ୍ତା-ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ସଂଗ୍ରାମ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଣା ଗ୍ରାମରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ମୋର ପୁତ୍ରବତ । ୧୯୮୫ ମସିହାରେ ବିଧାୟକ ଭାବେ ଥିବା ବେଳେ ତାଙ୍କର ପିତା ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ମୋର ପଡ଼ୋଶୀ ଥିଲେ । ତେଣୁ ପିଲାବେଳୁ ସଂଗ୍ରାମକୁ ମୁଁଦେଖିଛି ଏବଂ ତୁଳସୀ ଦୁଇପତ୍ରରୁ ବାସିବାପରି ତା’ର ପ୍ରତିଭାକୁ ପ୍ରଥମରୁ ଜାଣିପାରିଥିଲି । ସେ ପ୍ରଦେଶ ଯୁବ କଂଗ୍ରେସର ନିର୍ବାଚିତ ସଭାପତି, ପିସିସି ସାଧାରଣ ସମ୍ପାଦକ, ଏଆଇସିସି ସଭ୍ୟ ଭାବରେ ଦକ୍ଷତାର ସହ ତାର ଭୂମିକା ନିର୍ବାହ କରିଥିଲା । ସେ ଜଣେ ଉଚ୍ଚକୋଟୀର ସଂଗଠକ । ଆଜି ତା ଭଳି ଜଣେ ପ୍ରତିଭାବାନ ଯୁବ ନେତାର ଅଭାବ କଂଗ୍ରେସ ଦଳରେ ଅନୁଭୂତ ହେଉଛି । ଏବେ ଏ ସରକାର ବିରୋଧରେ କଂଗ୍ରେସ ଯେଉଁ ଦୁର୍ବାର ଆନ୍ଦୋଳନ କରୁଛି, ସଂଗ୍ରାମ ଯଦି ବଞ୍ଚିକରି ଥା’ନ୍ତା ତେବେ ଭୁବନେଶ୍ୱର ଖାଲି ପଡ଼ୁଥାନ୍ତା ଉଠୁଥାନ୍ତା । ସେ ଥିଲା ସାଲିସବିହୀନ ସଂଗ୍ରାମୀ । ସେ ମୋ ଆଦେଶ ପାଳନ କରି ଓଡ଼ିଶାରେ ଯୁବ ବିପ୍ଳବ କରିପାରି ଥାନ୍ତା । ତା ପାଖରେ କ୍ରାନ୍ତି ଆଣିବାର ଭରପୁର ସାମର୍ଥ୍ୟ ଥିଲା । ତା ସହିତ କାମ କରୁଥିବା ଅନେକ ଯୁବକ ଆଜି ମଧ୍ୟ ନିଷ୍ଠାର ସହ ଦଳର କାର୍ଯ୍ୟ କରୁଛନ୍ତି ଓ ଆନ୍ଦୋଳନ କରୁଛନ୍ତି । ଏ ସରକାରକୁ ହଲ ଚଲ କରିବାକୁ ତା ଭଳି ଜଣେ ଶକ୍ତିଶାଳୀ ସଂଗଠକର ଅଭାବ ରହିଛି । ସଂଗ୍ରାମ ସମୟରେ ଯୁବ କଂଗ୍ରେସର ଯେଉଁ ଲୋକସଭା ଏବଂ ବିଧାନସଭା ସଭାପତିମାନେ ଥିଲେ ସେମାନେ ଗୋଟିଏ ଗୋଟିଏ ରତ୍ନ ଥିଲେ ।

ହଜାର ହଜାର ଯୁବକଙ୍କୁ ସଂଗ୍ରାମ ଭଳିଆ ହେବାର ଆବଶ୍ୟକତା ରହିଛି । ସଂଗ୍ରାମର ଅନୁପସ୍ଥତିକୁ ମୁଁ ଅନୁଭବ କରୁଛି । ସଂଗ୍ରାମର ଆତ୍ମବିଶ୍ୱାସ ଯେଭଳି ଆଜିର ଲଢ଼ୁଆ ଯୁବକ ମାନଙ୍କ ଭିତରେ ସେହିଭଳି ଆତ୍ମ ବିଶ୍ୱାସ ରହୁ । ଅଦ୍ୟମ ଯୁବ ନେତା ସଂଗ୍ରାମର ପଥରେ ପଥିକ ହୋଇ ଆମର ଯୁବକ ମାନେ ନ୍ୟାୟ ପାଇଁ, ଅଧିକାର ପାଇଁ ଏବଂ ବିଶେଷକରି ଦଳର ସଂଗଠନ ପାଇଁ କାର୍ଯ୍ୟ କରିବାପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଯେଭଳି ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ପରିସ୍ଥିତିର ଦୂରାବସ୍ଥା ଦିନକୁ ଦିନ ବଢ଼ି ଚାଲିଛି ସେଠି ସଂଗ୍ରାମ ଜେନାର ବେସାଲିସ ସଂଗ୍ରାମକୁ ମନେ ପକାଇ ଆନ୍ଦୋଳନ ପାଇଁ ଯୁବ ନେତାମାନେ ଆଗେଇ ଆସନ୍ତୁ । ଏହି କାର୍ଯ୍ୟକ୍ରମରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଜେନା ଥିଲେ ଜଣେ ନିଷ୍ଠାବାନ, ସାହସୀ ଏବଂ ସତ୍ୟନିଷ୍ଠ ଯୁବ ନେତା । ଓଡ଼ିଶାର ଛାତ୍ର ଓ ଯୁବ ସମାଜ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଥିଲା । ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ କଲେଜ ଓ ୟୁନିଭର୍ସିଟିରେ କଂଗ୍ରେସର ଛାତ୍ର ସଂଗଠନ ହେଉ ଏବଂ ଯୁବ ସଂଗଠନ ହେଉ ସେ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସେହି ସାଂଗଠନିକ କାର୍ଯ୍ୟରେ ଅବିରତ ନିଜକୁ ନିୟୋଜି କରିଥିଲେ । କରୋନା ମହାମାରୀକୁ ଖାତିର ନକରି ପିପିଲି ବିଧାନସଭା ଉପନିର୍ବାଚନରେ ସେ ଦଳର ପ୍ରାର୍ଥୀପାଇଁ ସାହାସର ସହିତ ପ୍ରଚାର କରୁଥିଲେ । ସେହି ପ୍ରଚାର କାର୍ଯ୍ୟକ୍ରମ ସମୟରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ ହାଇଦ୍ରାବାଦର ଡାକ୍ତରଖାନାରେ ୧୪୪ ଦିନ ଲଢ଼େଇ କରି ଶେଷ ନିସ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ଖବର ଜନନାୟକ ରାହୁଲ ଗାନ୍ଧୀଙ୍କୁ ବ୍ୟଥିତ କରିଥିଲା । ସେ ତାଙ୍କର ପିତା ଜୟଦେବ ବାବୁଙ୍କୁ ସମବେଦନା ଜଣାଇଥିଲେ । ଏପରିକି ହାଇଦ୍ରାବାଦରେ ଚିକିତ୍ସତ ହେଉଥିବା ବେଳେ ଜନନାୟକ ରାହୁଲ ଗାନ୍ଧୀ ସଂଗ୍ରାମ ଜେନାଙ୍କର ଚିକିତ୍ସା ସମ୍ପର୍କରେ ଖବର ରଖିଥିଲେ ଏବଂ ଦଳୀୟ ନେତାଙ୍କୁ ସେଠାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂଗ୍ରାମ ଜେନାଙ୍କ ପରି ଲଢ଼ୁଆ ଓ ନିଷ୍ଠାବାନ ଯୁବକମାନେ ଅଧିକରୁ ଅଧିକ କଂଗ୍ରେସ ଦଳରେ ରହିଲେ ଦଳ ଖୁବଶୀଘ୍ର ଶକ୍ତିଶାଳୀ ହୋଇଯିବ । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ଜେନାଙ୍କର ଦୁଇଝିଅ ସୋହାନୀ ଓ ଜାନଭୀ ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ଉପରେ ଇଂରାଜୀରେ ବକ୍ତବ୍ୟ ଦେଇଥିଲେ । ସଂଗ୍ରାମଙ୍କର ସାନଭାଇ ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଇଂଜିନିୟର ମନୋଜ ଜେନା ଏହି ଶ୍ରାଦ୍ଧବାର୍ଷିକ ସଭାର ସମସ୍ତ ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ସୁଶିଳା ତିରିଆ, ରମେଶ ଜେନା, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ସମୀର ରାଉତରାୟ, ମହମ୍ମଦ ମୁକିମ, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ବିଶ୍ୱରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ସରସ୍ୱତୀ ହେମ୍ବ୍ରମ, ନବଜ୍ୟୋତି ପଟ୍ଟନାୟକ, ମଙ୍ଗୁ ଖିଲ, ଦାସରଥି ଗମାଙ୍ଗୋ, ପବିତ୍ର ସାଉଁଟା, ଅଶୋକ ଦାସ, ୟାସିର ନୱାଜ, ରଣଜିତ ପାତ୍ର, ବନ୍ଦିତା ପରିଡ଼ା, ଲଲାଟେନ୍ଦୁ ମହାପାତ୍ର, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ସୁରେଶ କୁମାର ମହାପାତ୍ର, ଜୟନ୍ତ ମହାନ୍ତି, ଅସିତ ପଟ୍ଟନାୟକ, ସୁବ୍ରତ ଦାସ, ମୋହନ ପରିଡ଼ା, ସସ୍ମିତା ଜେନା, ସଂଗୀତା ସିଂ, ଯଶୋବନ୍ତ ସିଂ ଲାଗୁରି, ଅମୀୟ ପାଣ୍ଡବ, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ଇମଦାଦ, ଶୁଭେନ୍ଦୁ ମହାନ୍ତି, ମନୋଜ ବିଶ୍ୱାଳ, ଅଭିଳାଷ ମାଣିଆ, ସୁନେସ ଧିର, ସ୍ୱାଗତ କର, ମହମ୍ମଦ ଗୁଲଫାମ, ନିହାର ବେହେରା, ଅଭିଜିତ ଜେନା, ଗୋପନ ମାର୍ଥା, ମହମ୍ମଦ ପରଭେଜ, ବିକାଶ ପଶୁପାଳକ, ସୁବ୍ରତ ନାୟକ, ଦେବୀ ପ୍ରସାଦ ଜେନା, ଅମରେଶ ପରିଡ଼ା, କାର୍ତ୍ତିକେଶ୍ୱର କାଣ୍ଡି, ସୁନିଲ ସାହୁ ଗାନ୍ଧୀ, ପ୍ରଭାତ ପ୍ରତାପ ସିଂହ, ମିହିର ଆଚାର୍ଯ୍ୟ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking