17.1 C
Bhubaneswar
Tuesday, February 10, 2026
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନର ଉଦ୍ୟମରେ ଓଡ଼ିଶାର ୧୫ ଯୁବତୀଙ୍କୁ ତାମିଲନାଡ଼ୁର ଟାଟା ଇଲେକ୍ଟ୍ରୋନିକ୍ସରେ ନିଯୁକ୍ତି

ଟାଟା ଷ୍ଟିଲ ଫାଉଣ୍ଡେସନର ଉଦ୍ୟମରେ ଓଡ଼ିଶାର ୧୫ ଯୁବତୀଙ୍କୁ ତାମିଲନାଡ଼ୁର ଟାଟା ଇଲେକ୍ଟ୍ରୋନିକ୍ସରେ ନିଯୁକ୍ତି

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ନ ଅଂଚଳ ରେ ଥିବା: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଓଡ଼ିଶାର ୧୫ ଜଣ ଯୁବତୀଙ୍କୁ ଟାଟା ଇଲେକ୍ଟ୍ରୋନିକ୍ସର ତାମିଲନାଡ଼ୁ ର ହୋସୁର ସ୍ଥିତ ଉନ୍ନତ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ରେ ନିଯୁକ୍ତି ସୁଯୋଗ ଦେବାରେ ସହାୟତା ପ୍ରଦାନ କରିଛି। ଏହି ପଦକ୍ଷେପ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିବଦ୍ଧତାର ଏକ ଅଂଶ ଅଟେ। ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାର ଦାନଗଦୀ ସ୍ଥିତ ମଲ୍ଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ଏମଏସଡିସି)ରେ ଆୟୋଜିତ ସମାରୋହରେ ମନୋନୀତ ପ୍ରାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ପ୍ରାର୍ଥୀମାନେ ହୋସୁର ସ୍ଥିତ ନିଜ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବେ।ଜୁନ ୨୦୨୫ରେ ଆୟୋଜିତ ନିଯୁକ୍ତି ଅଭିଯାନରେ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଥିଲେ। ଏଥିରେ ୧୨ ଜଣ ଯୁବତୀ ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦୀ ଓ କୋରେଇ ବ୍ଲକ୍ ର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର, ଆଉ ଜଣେ ମୟୂରଭଞ୍ଜ ଜିଲ୍ଲାର ସୁକୁରୁଳି ବ୍ଲକ୍ ଏବଂ ଜଣେ କଟକ ଜିଲ୍ଲାର ମହାଙ୍ଗା ବ୍ଲକ୍ ଅଞ୍ଚଳର ବାସିନ୍ଦା ଅଟନ୍ତି। ଟାଟା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ପ୍ରାର୍ଥୀମାନଙ୍କୁ ବେତନ ସହିତ ରହିବା, ଖାଇବାର ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଟାଟା ଷ୍ଟିଲ ଫାଉଣ୍ଡେସନ୍ ସମାଜରେ ପରିବର୍ତ୍ତନ ଆଣିବା ଏବଂ ବିଭିନ୍ନ ପ୍ରୟାସ ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାର ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଅନ୍ତର୍ଗତ ମଡେଲ କ୍ୟାରିଅର ସେଣ୍ଟର (ଏମସିସି) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଯାହାକି ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ମିଳିତ ଭାବରେ ପରିଚାଳନା କରୁଛନ୍ତି। ଏମସିସି ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଧ୍ୟାନ ଦେଇଥାଏ। ଏହା ପ୍ଲେସମେଣ୍ଟ ଡ୍ରାଇଭ୍‌, କ୍ୟାରିଅର କାଉନ୍ସିଲିଂ ସେସନ୍ ଏବଂ ସ୍କ୍ରିନିଂ ଇଭେଣ୍ଟ୍ ଆୟୋଜନ କରି ବିଭିନ୍ନ ଶିଳ୍ପାନୁଷ୍ଠାନ ପାଇଁ ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରିଥାଏ।
ବର୍ତ୍ତମାନ ଟାଟା ଇଲେକ୍ଟ୍ରୋନିକ୍ସ, ହୋସୁରରେ ଆସେମ୍ବଲି ଅପରେଟର ଭାବରେ କେବଳ ମହିଳା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା। ଏଥିରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ପୂର୍ବ ବ୍ୟାଚର ୩୦୦ରୁ ଅଧିକ ପ୍ରାର୍ଥୀଙ୍କ ସଫଳତା ସେମାନଙ୍କୁ ପ୍ରେରଣା ଯୋଗାଇଥିଲା, ଯେଉଁମାନେ ବର୍ତ୍ତମାନ ଟାଟା ଇଲେକ୍ଟ୍ରୋନିକ୍ସରେ କାର୍ଯ୍ୟରତ ଅଛନ୍ତି।
ଏହି ନୂତନ ବ୍ୟାଚରେ ଓଡ଼ିଶାର ୧୫ ଜଣ ଯୁବତୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ପ୍ରୟାସ ଦକ୍ଷତା ବିକାଶକୁ ପ୍ରତ୍ୟକ୍ଷ ରୋଜଗାର ସହିତ ସାମିଲ କରି ଓଡ଼ିଶାର ଯୁବପିଢ଼ିଙ୍କୁ ଭାରତର ଉତ୍ପାଦନ କ୍ଷେତ୍ରରେ ସାମିଲ କରି ସେଥିରୁ ଲାଭାନ୍ୱିତ ହେବାର ସୁଯୋଗ ପ୍ରଦାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking