19.1 C
Bhubaneswar
Tuesday, February 10, 2026
Homeଓଡିଶାପଟ୍ଟାମୁଣ୍ଡାଇ ଛାତ୍ରୀ ଅପମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦାୟୀ

ପଟ୍ଟାମୁଣ୍ଡାଇ ଛାତ୍ରୀ ଅପମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦାୟୀ

ଭୁବନେଶ୍ୱର: ଗତକାଲି ତା ୬/୮/୨୦୨୫ରିଖରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କାଠୁଆପଡ଼ା ଗ୍ରାମର ବଡ଼ପଡ଼ା କଲେଜର +୩ ଶେଷ ବର୍ଷ ଛାତ୍ରୀ ପି.ଡ଼ି. ସଙ୍ଗୀତାଙ୍କର ଅପମୃତ୍ୟୁ ପାଇଁ ରାଜ୍ୟ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କର ନଗ୍ନ ଚିତ୍ର ଭାଇରାଲ କରିବା ଘଟଣାକୁ ନେଇ ସୁଶ୍ରୀ ସଙ୍ଗୀତା ଗତ ୬ମାସ ପୂର୍ବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଆଣିବା ସତ୍ତ୍ୱେ ସେଥିପ୍ରତି ପୋଲିସ କିମ୍ବା ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବରଂ ତାଙ୍କୁ ନିରୁତ୍ସାହିତ ଓ ଅପମାନ ଦେଲା ଭଳି କାର୍ଯ୍ୟ କଲେ । ଏଥିରେ ଛାତ୍ରୀଟି ନିରାଶ ହୋଇ ପ୍ରାଣ ହରାଇଲା । ଓଡ଼ିଶାର ଅସ୍ମିତା, ନାରୀ ସୁରକ୍ଷା ପାଇଁ ଦିନରାତି ପ୍ରଚାର କରୁଥିବା ରାଜ୍ୟ ବିଜେପି ସରକାରଙ୍କ ଏହାହିଁ ବାସ୍ତବ କାର୍ଯ୍ୟ । ଏଥିପାଇଁ ଦାୟୀ ପୋଲିସ ଅଫିସର, ଉଚ୍ଚ ପୋଲିସ କର୍ତ୍ତୃପକ୍ଷ ଓ ପ୍ରଶାସନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନାରୀ ସୁରକ୍ଷା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଆବଶ୍ୟକ ।

ଏହି ଅପମୃତ୍ୟୁ ଘଟଣାକୁ ଜଣେ ମହିଳା ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରି ଦୋଷୀମାନଙ୍କୁ ଏବଂ ଏଥିସହ ସଂପୃକ୍ତ ଅଧିକାରୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହ ପୀଡ଼ିତା ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ଦୃଢ ଦାବି କରୁଛି । ଏଭଳି ନାରୀମାନଙ୍କ ଉପରେ ଆକ୍ରମଣ, ନାରୀମାନଙ୍କ ମର୍ଯ୍ୟାଦା ହାନି ବିରୁଦ୍ଧରେ ତଥା ରାଜ୍ୟ ସରକାରଙ୍କର ଅପାରଗତାର ଦୃଢ ପ୍ରତିବାଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ପ୍ରେମୀ ଜନଗଣ ଆଗେଇ ଆସିବାକୁ ଏବଂ ଓଡ଼ିଶାର ଏକ ନିକମା ସରକାର ଗାଦି ଛାଡ଼ିବା ପାଇଁ ଦାବି କରିବାକୁ ସି.ପି.ଆଇ.(ଏମ୍‌) ଆହ୍ୱାନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking