19.1 C
Bhubaneswar
Monday, December 8, 2025
Homeଓଡିଶାଫାଇଲେରିଆ ନିରାକରଣ: ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଫାଇଲେରିଆ ନିରାକରଣ: ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍‌ଡିଏ) ୧୦ ଅଗଷ୍ଟ (ରବିବାର) ଠାରୁ ଆରମ୍ଭ ହେବ । ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୧କୋଟି ୭ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ଯ୍ୟସୂଚୀ ଅନୁଯାୟୀ, ଅନୁଗୋଳ,ବାଲେଶ୍ଵର, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍‌ଡିଡି) କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟ।ୟ ଅନୁଷ୍ଠିତ ହେବ । ଫାଇଲେରିଆ ନିରାକରଣ ପାଇଁ ଏହି ୧୨ଟି ଜିଲ୍ଲାର ୧୧୫ ଟି କାର୍ଯ୍ୟାନ୍ୱୟନ ୟୁନିଟ ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧ କୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୧ ,୦୦୦ ଡ୍ରଗ ଆଡ୍‌ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୪୧୦୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଆଶା, ଅଙ୍ଗନୱାଡି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କୁ ଡ୍ରଗ୍ ଆଡମିନିଷ୍ଟ୍ରେଟର ଭାବେ ଚିହ୍ନଟ କରାଯାଇଛି। ସେମାନେ ପ୍ରତ୍ୟେକ ଘରକୁ ଘର ଯାଇ ଏମ୍‌ଡିଏ ଔଷଧ ସେବନ କରାଇବେ । ଅନ୍ତତଃ ୯୦ ପ୍ରତିଶତ ଲୋକ ଡ୍ରଗ ଆଡମିନିଷ୍ଟ୍ରେଟରଙ୍କ ସମ୍ମୁଖରେ ଔଷଧ ଖାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମସ୍ତଙ୍କୁ ଔଷଧ ଖୁଆଇବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ହୋଇଥୁବାରୁ ବିଭିନ୍ନ ବିଭାଗ ଭିତରେ ସମନ୍ଵୟ, ସହଯୋଗ, ସମର୍ଥନ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମିଳନୀରେ ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଦିଲୀପ କୁମାର ପଣ୍ଡା , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାସମଲ, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁ , ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରମିଳା ବରାଳ, ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମହାନ୍ତିଙ୍କ ସହିତ ବିଭାଗୀୟ ଅଧିକାରୀ, ବୈଦ୍ୟୁତିକ ଏବଂ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏମ୍‌ଡିଏ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ, ଶିଳ୍ପ, ଇସ୍ପାତ ଏବଂ ଖଣି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ ଇତ୍ୟାଦି ବିଭାଗକୁ ଅନୁରୋଧ କରାଯାଇଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking