25.1 C
Bhubaneswar
Friday, March 20, 2026
Homeଓଡିଶାନାରୀ ଓ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ମାଷ୍ଟରକ୍ୟାଣ୍ଟନ ଛକରେ ବିଜୁ ଯୁବ ଓ ଛାତ୍ର ଜନତା...

ନାରୀ ଓ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ମାଷ୍ଟରକ୍ୟାଣ୍ଟନ ଛକରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିକ୍ଷୋଭ

ଭୁବନେଶ୍ୱର: ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନାରୀ ସୁରକ୍ଷା ପାଇଁ ଓ ହତ୍ୟାକାରୀ ସଂଗଠନ ଏବିଭିପି ବିରୋଧରେ ବିକ୍ଷୋଭ କରାଯାଇଥିଲା । ବିଧାୟକ ବ୍ୟୋମକେଶ ରାୟ ଓ ବିଧାୟକ ଦେବୀରଂଜନ ତି୍ରପାଠୀଙ୍କ ନେତୃତ୍ୱରେ ଶହ ଶହ ବିଜୁ ଯୁବ ଓ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ । ଏ ରାଜ୍ୟରେ ନାରୀମାନେ ଅସୁରକ୍ଷିତ ଥିଲା ବେଳେ ଛାତ୍ରୀମାନେ କଲେଜ କ୍ୟାମ୍ପସରେ ସୁରକ୍ଷିତ ନାହାନ୍ତି । କାରଣ ବିଜେପି ସମର୍ଥୀତ ଛାତ୍ର ସଂଗଠନ ଏବିଭିପି ଯେଭଳି ନିଜର ସଂଗଠନକୁ ବଢାଇବା ପାଇଁ ବାଲେଶ୍ୱର ଏଫଏମ୍ କଲେଜର ସୌମ୍ୟାଶ୍ରୀଙ୍କ ପେଟ୍ରୋଲ ଓ ଦିଆସିଲ ଯେଗାାଇ ଦେଇ ତାଙ୍କୁ ମୃତୁ୍ୟ ମୁଖକୁ ଠେଲି ଦେଲେ ତାହା ସମସ୍ତଙ୍କୁ ଚକିତ କରିଛି । ଏହି କଥା ପ୍ରଥମ ଦିନରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ କୁହାଯାଇଆସୁଥିଲା ଯେ, ଏବିଭିପି ସୌମ୍ୟାଶ୍ରୀଙ୍କୁ ମୃତୁ୍ୟମୁଖକୁ ଠେଲି ଦେଇଛି ତାହା ଆଜି ପ୍ରମାଣିତ ହୋଇଯାଇଛି । ଏହି ଘଟଣାରେ ଆହୁରି ୧୦ଜଣ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ସଂପୃକ୍ତ ଅଛନ୍ତି ସେମାନେ ଏବେ ବିଜେପି ନେତାଙ୍କ ଛତ୍ରଛାୟା ତଳେ ଲୁଚି ରହିଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଘଟଣା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ନିଦେ୍ର୍ଦଶରେ ଏବିଭିପିର ଛାତ୍ରନେତାମାନେ ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ତେଣୁ ମନ୍ତ୍ରୀଙ୍କ କଲ୍ ରେଡର୍କ ଯାଞ୍ଚ କରାଯାଇ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ । ମନ୍ତ୍ରୀ ତାଙ୍କ ପଦବୀରୁ ଇସ୍ତଫା ନଦେଲେ ତଦନ୍ତ ନିରପେକ୍ଷ ବାଟରେ ଯିବ ନାହିଁ । ଏହା ସହିତ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜୁ ଯୁବ ଓ ଛାତ୍ର ନେତାମାନେ ଦାବି କରିଥିଲେ ।

ସେହିଭଳି ବଳଙ୍ଗା ଘଟଣାରେ ପୀଡିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଦୁଃଖିଶ୍ୟାମ ସେନାପତିଙ୍କୁ ପୀଡିତା ପ୍ରଥମେ କହିଥିଲେ ଯେ, ପୀଡିତାଙ୍କୁ ତିନି ଜଣ ଦୁବୃର୍ତ୍ତ ବେହୋସ କରି ଟେକି ନେଇଥିଲେ । ତାଙ୍କ ହୋସ ଆସିଲା ବେଳକୁ ତାଙ୍କ ଦେହ ପୋଡିଯାଇଛି । ତେଣୁ ସେହି ତିନି ଜଣ ଦୁବୃର୍ତ୍ତଙ୍କୁ ଖସାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିଲ୍ଲୀ ଯାଇ ପୀଡିତାଙ୍କ ଉପରେ ଚାପ ପକାଇ ତାଙ୍କ ବୟାନ ବଦଳାଇବାରେ ସଫଳ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଜଣେ ନାରୀ ହୋଇ ଜଣେ ନାବାଳିକା ପ୍ରତି ଅତ୍ୟାଚାର କରିଥିବା ଦୁବୃର୍ତ୍ତମାନଙ୍କୁ କେଉଁ ଉଦେ୍ଦଶ୍ୟରେ ବଞ୍ଚାଉଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତୁରନ୍ତ ଇସ୍ତଫା ଦେବା ପାଇଁ ବିଜୁ ଯୁବ ଛାତ୍ର ନେତାମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଯେଭଳି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରାଗଲା ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟରେ ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ରାଜ୍ୟରେ ପ୍ରତିଦିନ ୧୫ଜଣ ନାରୀ ଦୁଷ୍କର୍ମ ଶୀକାର ହୋଉଥିବା ବେଳେ ସରକାରୀ ଛାତ୍ରୀବାସରେ ନାବାଳିକାମାନେ ଗର୍ଭବତୀ ହେଉଛନ୍ତି । ଯାହାକୁ ଭିତ୍ତିକରି ଆମେରିକା ସରକାର ତାର ନାଗରିକ ମାନଙ୍କୁ ଓଡିଶାକୁ ନଯିବା ପାଇଁ ଆଡଭାଇଜରୀ ଜାରି କଲେ । ଏତେ ସବୁ ଘଟଣା ଘଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଏ ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଉପରକୁ ଉତ୍ତରଦାୟିତ୍ୱ ନେଇ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଯୁବ ଛାତ୍ର ନେତାମାନେ ଦାବି କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ବିଜୁ ଯୁବ ଛାତ୍ର ନେତା ଧୃତିରଂଜନ ମାର୍ଥା, ଶୁଭ୍ରାଂଶୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଦିଲ୍ଲୀପ ସେନାପତି, ଶୁଭ୍ରଜିତ ପାଢୀ, ରଶ୍ମୀରଂଜନ ଦାସ, ରାଜେଶରାଜ ସ୍ୱାଇଁ, ଇପ୍ସିତା ସାହୁ, ସୁଜିତ ପାଲଟାସିଂ, ଅରୂପ ଶ୍ରୀଚନ୍ଦନ, ସୌମ୍ୟ ମହାପାତ୍ର, ଲଗ୍ନାଦୀପା ମିଶ୍ର, ଅବିନାଶ ପ୍ରଧାନ, ବାସୁଦେବ ଶାହ, ଅବତାବ ଆଲାମ ଖାନ, ଦୀପକ ଜେନା, ପୃଥ୍ୱୀରାଜ ପଣ୍ଡା, ସତ୍ୟଜିତ ପଟ୍ଟନାୟକ, ଦୀପକ ସାହୁ, ସୌମ୍ୟରଂଜନ ତ୍ରିପାଠୀ, ଜଗମୋହନ ବଳିଆରସିଂହ, ସେକ୍ ଅମୀର ମହମ୍ମଦ, ଚିନ୍ମୟ ପ୍ରଧାନ, ଦୀପକ ମହାପାତ୍ର, ରାଜେଶ ଭୂୟାଂ, ଫାତମ ଖତୁନ, ସଂଜୀତ ମହାନ୍ତି, କିଶୋର ବେହେରା, ଭଗବାନ ସାହୁ, ସଙ୍କେତ ରାୟ, ରଶ୍ମିରେଖା ମଲ୍ଲିକ, ଅମିତ ଜେନା, ଅସ୍ମିତ ଦାସ, ରକି ଦାସ, ସ୍ମ୍ମୃତିରଂଜନ ପଣ୍ଡା, ସ୍ମୃତିରଂଜନ ସିଂ, ଶକ୍ତି ରଥ, ମନୋରଂଜନ ସ୍ୱାଇଁ, ଅଶୋକ କୁମାର ନାୟକ, ସିଦ୍ଧାର୍ଥ ସ୍ୱାଇଁ, ଶିବପ୍ରସାଦ ଦାସ, ସ୍ନେହାଶିଷ ଜେନା, ରାଜନ କୁମାର ପଣ୍ଡା, ସମିମ୍ ଅଖତାର ଓ ଦେବୁ ପ୍ରସାଦ ରାଉତରାୟ ପ୍ରମୁଖ ଶତାଧିକ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking