ଭୁବନେଶ୍ୱର: ବ୍ରିଜ୍ ମେଣ୍ଟେନାନ୍ସ ପଲିସି ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଫୋକସ୍ । କହିଲେ ସୂଚନା ଅନୁସାରେ ନୂଆ ଓ ପୁରୁଣା ବ୍ରିଜର ମରାମତି ହେବ । ଇଞ୍ଜିନିୟର ଯାଇ ଦେଖିବେ, ବ୍ରିଜ ସୁରକ୍ଷିତ ନେଇ ରିପୋର୍ଟ ଦେବେ । ରାସ୍ତାଗୁଡିକର ମରାମତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ହେବ । ରାଜ୍ୟରେ ଖୁବ୍ଶୀଘ୍ର ଆସିବାକୁ ଯାଇଛି ରୋଡ୍ ମେଣ୍ଟେନାନ୍ସ ପଲିସି । ରୋଡ୍ ନିର୍ମାଣ ଓ ମରାମତି କିଭଳି ଉଚ୍ଚମାନର ହେବ ସେନେଇ ଗୁରୁତ୍ୱ ନିଆଯାଇଛି ।










