23.1 C
Bhubaneswar
Sunday, March 22, 2026
Homeଓଡିଶାଓଡ଼ିଆ ଭାଷା ସାହିତ୍ୟ ଓ ସାମ୍ବାଦିକତାର ଅତୁଳନୀୟ ପ୍ରତିଭାଥିଲେ ଥିଲେ ନୀଳମଣି ବିଦ୍ୟାରତ୍ନ

ଓଡ଼ିଆ ଭାଷା ସାହିତ୍ୟ ଓ ସାମ୍ବାଦିକତାର ଅତୁଳନୀୟ ପ୍ରତିଭାଥିଲେ ଥିଲେ ନୀଳମଣି ବିଦ୍ୟାରତ୍ନ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ, ସାମ୍ବାଦିକତାର ଅତୁଳନୀୟ ପ୍ରତିଭା ଥିଲେ ନୀଳମଣି ବିଦ୍ୟାରତ୍ନ l 102ତମ ଶ୍ରାଦ୍ଧବାର୍ଷିକ ଅବସରରେ ତଥା ମହାନ ଶିକ୍ଷାବିତ, ସଂଗ୍ରାମୀ, ସାହିତ୍ୟିକ, ପ୍ରାକ୍ତନମନ୍ତ୍ରୀ ସ୍ବର୍ଗତ ଗୋଦାବରୀଶ ମିଶ୍ରଙ୍କ 70ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ଜୟଦେବ ବିହାର ଓ ମହାଡାକପାଳଙ୍କ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଂଯୋଜକ ନାରାୟଣ ଓଝା, ସରୋଜିନୀ ମିଶ୍ର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ମନୋଜ କୁମାର ସାହୁ, ସଂଯୁକ୍ତା ମିଶ୍ର ପ୍ରମୁଖ ଉପସ୍ଥିତ ରହିବା ସହ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା, ସ୍ୱାଧୀନତା ସଂଗ୍ରାମ ର ମହାନ ବ୍ୟକ୍ତିତ୍ୱ ତଥା ଅଗ୍ରଣୀ ସାରଥୀ ଥିଲେ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା l ଉତ୍କଳଦୀପିକା, ପ୍ରଜାବନ୍ଧୁ ଖବରକାଗଜର ପ୍ରମୁଖ ବଳିଷ୍ଠ ସମ୍ପାଦନା କରିବା ସହ ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଥିଲେ l ଜଣେ ମହାନ ଶିକ୍ଷା ବିତ, ସଂଗ୍ରାମୀ, ପ୍ରାକ୍ତନ ମନ୍ତ୍ରୀ, ସାହିତ୍ୟିକ,ଓଡ଼ିଆଙ୍କ ଆଦର୍ଶ ଭାବେ ଚିର ସ୍ମରଣୀୟ ରହିବେ ବୋଲି ଗୋଦାବରୀଶ ମିଶ୍ର ଶ୍ରଦ୍ଧାଞ୍ଜଳି ସଭା ରେ ମତବ୍ୟକ୍ତ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking