15.1 C
Bhubaneswar
Saturday, December 6, 2025
Homeଓଡିଶାଇନଷ୍ଟାରୁ ଆରମ୍ଭ ପ୍ରେମ; ପ୍ରେମିକଙ୍କ ଘରେ ହେଲା ଶେଷ

ଇନଷ୍ଟାରୁ ଆରମ୍ଭ ପ୍ରେମ; ପ୍ରେମିକଙ୍କ ଘରେ ହେଲା ଶେଷ

ଗଞ୍ଜାମ : ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ । ପ୍ରେମିକଙ୍କ ଘରେ ହେଲା ଶେଷ l ନ୍ୟାୟ ପାଇଁ ପ୍ରେମିକଙ୍କ ଘରେ ଧାରଣା ଦେଇଛନ୍ତି ପ୍ରେମିକା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ରାମଗଡ଼ ପଞ୍ଚାୟତର ପ୍ରୟାଗି ଗାଁରେ l ପ୍ରେମିକ ଜଣକ ପୁନେରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଯୁବତୀ ହାଇଦ୍ରାବାଦରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ l ଉଭୟଙ୍କ ଭଲ ପାଇବା ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଥିଲା lଗତ ଦୁଇ ବର୍ଷ ଧରି ପ୍ରେମିକ ଜଣକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ଝିଅ ଜଣକ l ଆଉ ଏବେ ତାଙ୍କୁ ବାହା ହେବା ପାଇଁ ମନା କରିଦେବାରୁ ଯୁବତୀ ଗତ ଏକ ମାସ ଧରି ପ୍ରୟାଗି ସ୍ଥିତ ନିଜ ପ୍ରେମିକଙ୍କ ଘରେ ବସି ରହିଛନ୍ତି l

ଅନ୍ୟପଟେ ତାଙ୍କୁ ତାଙ୍କ ପ୍ରେମିକଙ୍କ ଘର ଲୋକ ବହୁ ନିର୍ଯ୍ୟାତନା ଦେଉଥିବା ନେଇ ଝିଅ ଜଣକ ଅଭିଯୋଗ କରିଛନ୍ତି l ତାଙ୍କୁ ନ୍ୟାୟ ପ୍ରଦାନ ନ କରାଗଲେ କିଛି ବି କରିପାରନ୍ତି ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଝିଅଙ୍କ ଘର କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ଉଠିଆଣିକୁଦା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ବାପା ମଧ୍ୟ ପହଞ୍ଚି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି l ଅନ୍ୟପଟେ ଏନେଇ ପୁଅଙ୍କ ଘର ଲୋକ ରମ୍ଭା ଥାନାର ଦ୍ୱାରସ୍ଥ ହୋଇଥିଲେ l ରମ୍ଭା ଥାନା ପୋଲିସ ଓ ସଖି ୱାନ ଷ୍ଟପ ସେଣ୍ଟରର ଲିଗାଲ ଆସିଷ୍ଟାଣ୍ଟ ଓ ମେଡ଼ିକାଲ ଇନଚାର୍ଜ ପହଞ୍ଚି ଘଟଣାର ବିଭିନ୍ନ ଦିଗ ପ୍ରତି କାଉନସେଲିଙ୍ଗ କରୁଛନ୍ତି l ଝିଅ ଜଣକ ଧାରଣାରେ ଏକ ମାସ ଧରି ସେ ବସି ରହିଥିବା ବେଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉନଥିବା ସହ ତାଙ୍କ ଖାଇବା ପିଇବା ଆଦି ଦିଗରେ ଯତ୍ନ ନିଆଯାଉଥିବା କହିଛନ୍ତି ପୁଅର ଭାଉଜ l ପୁଅ ଘରକୁ ଗ୍ରାମବାସିଙ୍କ ଦ୍ୱାରା ସାମାଜିକ ବାସନ୍ଦ କରାଯାଉଛି l ଯାହା ଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ପୁଅର ଭାଉଜ କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking