25.1 C
Bhubaneswar
Monday, May 11, 2026
Homeଦେଶ ବିଦେଶରାତି ଅଧରେ ପ୍ରେମିକାର ଘରେ ପଶିଲାପ୍ରେମିକ, ତା ପରେ..

ରାତି ଅଧରେ ପ୍ରେମିକାର ଘରେ ପଶିଲାପ୍ରେମିକ, ତା ପରେ..

ମଧ୍ୟପ୍ରଦେଶ: ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ ଶବ ହୋଇ ଫେରିଲେ ପ୍ରେମିକ। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ମେଭାସା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ମିଳିଛି। ଅଭିଯୋଗ ହୋଇଛି ଯେ, ୧୭ ବର୍ଷୀୟ ନାବାଳକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିର୍ମମ ଭାବରେ ମାଡ଼ ମରାଯାଇ ଲଣ୍ଡା କରାଯାଇଛି। ଏହି ଆକ୍ରମଣ ଯୋଗୁଁ ନାବାଳକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପୋଲିସଙ୍କ କହିବା ଅନୁସାରେ, ଆୟୁଷ ମାଲବ୍ୟ ରାତି ଅଧରେ ଗାଁର ଜଣେ ନାବାଳିକା ଝିଅକୁ ଭେଟିବାକୁ ଯାଇଥିଲେ। ସେହି ସମୟରେ ଝିଅଟିର ପରିବାର ଲୋକେ ତାକୁ ଧରି ଏକ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଆୟୁଷର ମୃତଦେହ ମିଳିଥିଲା ଏବଂ ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟାରେ ନାମଲି ପୋଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଏହି ସମ୍ପର୍କରେ ଆୟୁଷଙ୍କ ବାପା କହିଛନ୍ତି ଯେ, ପୁଅ ରାତିରେ ଘରୁ କେତେବେଳେ ବାହାରିଥିଲା ତାହା ଆମେ ଜାଣିନାହୁଁ। ସକାଳ 6ଟାରେ ପୋଲିସ ସୂଚନା ଦେଇଥିଲା ଯେ ତାଙ୍କ ମୃତଦେହ ମିଳିଛି। ରତଲାମ ଗ୍ରାମାଞ୍ଚଳ ଏସଡିଓପି କିଶୋର ପତନୱାଲା କହିଛନ୍ତି – ଘଟଣାର ତଦନ୍ତ କରାଯାଉଛି। ଖୁବ ଶୀଘ୍ର ଦୋଷୀ ଧରାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking