24.1 C
Bhubaneswar
Tuesday, February 10, 2026
Homeଓଡିଶାମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରିରେ  ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତାଙ୍କ ପରିବାର ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ଵିତ ରାତି ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଳମ୍ଵିତ ରାତିରେ ମାଲକାନଗିରି – ଜୟପୁର ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜାଘାଟିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ କିଛି ଲୋକେ। ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚିଥିଲା। ନାବାଳିକାକୁ ଉଦ୍ଧାର କରି ଶକ୍ତି ସଦନ ଗୃହରେ ରଖାଯାଇଛି। ଟ୍ରକ ଚାଳକକୁ ଅଟକ ରଖିଛି ପୋଲିସ। ନାବାଳିକାଙ୍କ ପରିବାର ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking