16.1 C
Bhubaneswar
Tuesday, December 9, 2025
Homeଓଡିଶାସରକାରଙ୍କ ନିର୍ଦ୍ଦେଶରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ: ବିଜେଡି

ସରକାରଙ୍କ ନିର୍ଦ୍ଦେଶରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ: ବିଜେଡି

– ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆକ୍ରୋଶ ବଢ଼ିଛି
– ପୋଲିସ ଆକ୍ରମଣ ବିଜେଡି ସ୍ୱରକୁ ଚପାଇ ପାରିବ ନାହିଁ
– ବ୍ୟବସ୍ଥାଗତ ବିଫଳତା ପାଇଁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି।

ଆଜି ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପ ସଭାପତି ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଓ ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ସୌମ୍ୟାଶ୍ରୀକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇ ପଡିଛନ୍ତି। ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ, ପୋଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି।

ଶ୍ରୀ ପ୍ରତାପ ଜେନା କହିଥିଲେ, ବିଜେଡି ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ପାଇଁ ହଜାର ହଜାର କର୍ମୀ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ମଧ୍ୟରେ ଏକତ୍ରିତ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ଚାଲିଥିବା ବେଳେ ଓ ଆନ୍ଦୋଳନକାରୀମାନେ ଲୋକସେବା ଭବନ ପୂର୍ବରୁ ପୋଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାରିକେଡ୍ ନିକଟରେ ପହଞ୍ଚିବା ପୂର୍ବରୁ ପୋଲିସ୍ ଦ୍ୱାରା ଅଚାନକ ବର୍ବରୋଚିତ ଆକ୍ରମଣ କରାଯାଇଥିଲା । ପ୍ରଥମେ ପାଣି ମାଡ଼ ହେଲା, ଦୁର୍ଭାଗ୍ୟଜନକ କଥା ହେଲା ମହିଳା ପ୍ରତିବାଦକାରୀ ମାନଙ୍କୁ ଲକ୍ଷ୍ୟ କରି ପାଣିମାଡ଼ କରାଗଲା । ଯଦ୍ବାରା ବହୁ ସଂଖ୍ୟାରେ ମହିଳା ଆହତ ହୋଇଥିଲେ । ଦୁଇ ରାଉଣ୍ଡ ପାଣି ମାଡ଼ ପରେ ଅନ୍ଧାଧୁନିଆ ଭାବେ ରବର ବୁଲେଟ୍ ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା। ଏଥିରେ, ତିଳେ ମାତ୍ର ସନ୍ଦେହ ନାହିଁ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଏପରି ବର୍ବରୋଚିତ ଆକ୍ରମଣ କରିଛି। ଆଜି ପୋଲିସ୍ ଦମନଲୀଳାରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ, ସରକାର ପୋଲିସ ଆକ୍ରମଣ ମାଧ୍ୟମରେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟରନାରୀମାନଙ୍କସମ୍ମାନ ଓ ସୁରକ୍ଷାଉଠାଯାଇଥିବାସ୍ବରକୁପୋଲିସ ଚାପି ଦେଇ ପାରିବେ ନାହିଁବରଂ ଏ ଆନ୍ଦୋଳନ ଆହୁରି ତୀବ୍ର ହେବ।

ସେହିପରି, ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ଯୋଗୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପୋଲିସ୍ ଦ୍ୱାରା ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେବା ପାଇଁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। ଆଜି ପୋଲିସର ଦମନଲୀଳା ଦ୍ୱାରା ଶତାଧିକ ବିଜେଡି କର୍ମୀ ଓ ନେତା ଆହତ ହୋଇଛନ୍ତି । ଦଳର ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରୀତି ରଞ୍ଜନ ଘଡାଇ, ସାଂସଦ ଶ୍ରୀମତୀ ସୁଲତା ଦେଓ, ଛବି ମାହାଲି, ନୀଳ ମାଧବ ମହାନ୍ତି ଓ ସଙ୍କେତ ରାୟଙ୍କ ସମେତ ଅନେକ ବିଜେଡି କର୍ମୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଗୁରୁତର ଆହତ ହୋଇ ହସ୍ପିଟାଲରେଚିକିତ୍ସିତ ହେଉଛନ୍ତି।

ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ଆଜିର କାର୍ଯ୍ୟକ୍ରମରେ ପୁରୁଷ ପୋଲିସମାନେ ଆମର ମହିଳା ନେତ୍ରୀମାନଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ପୋଲିସ ଆକ୍ରମଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜିର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ବିନା ଉତ୍ତେଜନାରେ ସରକାର କାହିଁକି ଦମନଲୀଳା ରଚିଲେ, ତାର ସ୍ପଷ୍ଟୀକରଣ ରଖିବା ଦରକାର। ସୌମ୍ୟାଶ୍ରୀକୁ ଓ ରାଜ୍ୟରେ ମହିଳା ନିର୍ଯାତନା ନିୟନ୍ତ୍ରଣରେ ନଆସିବା ଯାଏ ବିଜେଡି ଆନ୍ଦୋଳନ ଜାରି ରଖିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking