29.1 C
Bhubaneswar
Monday, March 23, 2026
Homeଓଡିଶାମଟର ସାଇକେଲ ଲଟେରାକୁ ଗିରଫ କଲା ପୋଲିସ

ମଟର ସାଇକେଲ ଲଟେରାକୁ ଗିରଫ କଲା ପୋଲିସ

ଯାଜପୁର: ଯାଜପୁର ରୋଡ ପୋଲିସ ମଟର ସାଇକେଲ ଲୁଟେରା କୁ କାବୁ କରିଛି l ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଚୋର ଙ୍କୁ ଗୁରୁବାର ଯାଜପୁର ରୋଡ ପୁଲିସ ଗିରଫ କରିଛି l ପୁଲିସ ସେମାନଙ୍କ ନିକଟରୁ ୫ ଟି ଚୋରା ମଟର ସାଇକଲ ଜବତ କରିଛି l ସୂଚନା ମୁତାବକ ଗତ ୨୬ ତାରିଖ ବିଳମ୍ବିତ ରାତିରେ ଚୋରଦା ଗ୍ରାମର ବିଜୟ କୁମାର ସ୍ଵାଇଁ ଙ୍କ ଘରେ ଚୋର ଦ୍ୱୟ ପଶି ଏକ ମଟର ସାଇକଲ ସହିତ ସୁନାଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ l ବିଜୟ ଏନେଇ ପୁଲିସ ରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଘଟଣାରେ ସମ୍ପୃକ୍ତ ଯାଜପୁର ରୋଡ ଥାନା ଜଗିସାହି ଅଞ୍ଚଳର ଅଜୁ ମୁଣ୍ଡା ଙ୍କ ପୁଅ ମଣ୍ଟୁ ଓରଫ ଭୀମ ମୁଣ୍ଡା (୨୨) ଏବଂ ହୁଡ଼ି ସାହି ର ଗୋଲକ ପାତ୍ର ଙ୍କ ପୁଅ ରବିନ୍ଦ୍ର ପାତ୍ର (୩୦) ଙ୍କୁ ଧରିଥିଲେ l ଚଢାଉ ସମୟରେ ସେମାନଙ୍କ ଠାରୁ ୫ ଟି ମଟର ସାଇକଲ ଉଦ୍ଧାର ହୋଇଛି l ଗତ କିଛିଦିନ ତଳେ କହ୍ନଇପୁର ର ଦୁର୍ଗା ମନ୍ଦିର ରୁ ହୋଇଥିବା ଚୋରି ଘଟଣାରେ ଏମାନେ ସମ୍ପୃକ୍ତ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking