21.1 C
Bhubaneswar
Saturday, December 6, 2025
Homeଓଡିଶାସ୍କୁଟିକୁ ପଛରୁ ପିଟିଲା ଟ୍ରେଲର: ଜଣେ ମୃତ

ସ୍କୁଟିକୁ ପଛରୁ ପିଟିଲା ଟ୍ରେଲର: ଜଣେ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ଲାବଣ୍ୟା ଗାଣ୍ଟା  । ତାଙ୍କ ଘର ଖେଦାପଡ଼ା ପଞ୍ଚାୟତରେ। ସେହିପରି ଗୁରୁତର ଦୁଇଜଣ ହେଲେ ବିଷମକଟକ ବ୍ଲକ ବେଠିଆପଡ଼ା ପଞ୍ଚାୟତର ମୁନିଗାଁର କାନ୍ତାରାଓ କାଡ୍ରାକା   ଓ ସୁବାରାଓ କାଡ୍ରାକା । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି। ବାଇକ୍‌ରେ ଆସୁଥିବା ଦୁଇ ଜଣ ଜେକେପୁରରୁ ଗାଁକୁ ଫେରୁଥିବା ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking