ସୁନ୍ଦରଗଡ: ସୁନ୍ଦରଗଡ କୋଇଡାରେ ଦୁର୍ଘଟଣା । ଏକ ମାରୁତି ଓମିନି ଗାଡିକୁ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । କୋଇଡା ଥାନା ଏରିଏନ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଓମିନି ଗାଡିଟି ସମ୍ପୁଣ୍ଣ ଚୁରମାର ହୋଇଯାଇଛି । ଆହତମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇୱା ଡ୍ରାଇଭରକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି ।










