ନୂଆଦିଲ୍ଲୀ: ଗୁରୁବାର ଦିନ ରାମାୟଣ ସିନେମାର ୩ ମିନିଟର ଟିଜର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଦର୍ଶକମାନେ ରଣବୀର କପୁରଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ । ରଣବୀର କପୁରଙ୍କୁ ବନବାସ ପୋଷାକରେ ଦେଖିବେ ପ୍ରଶଂସକ । ଚଳଚ୍ଚିତ୍ରରେ ରାମ ଭୁମିକାରେ ରଣବୀର କପୁର , ସୀତାଙ୍କ ଭୁମିକାରେ ସାଇପଲ୍ଲବୀ ସେହିପରି ରାବଣ ଭୁମିକାରେ ୟସ ଏବଂ ଲକ୍ଷ୍ମଣ ଭୁମିକାରେ ରବି ଦୁବେ, ହନୁମାନ ଭୁମିକାରେ ସନିଦେଓଲଙ୍କୁ ଦେଖିବାକୁ ପାଇବେ ଦର୍ଶକ । ରାମାୟଣ ଚଳଚ୍ଚିତ୍ରଟି ଦୁଇଟି ଭାଗରେ ନିର୍ମିତ ହୋଇଛି । ପ୍ରଥମ ଭାଗର ସୁଟିଂ ସମାପ୍ତ ହୋଇଛି । ରାମାୟଣ ଚଳଚ୍ଚିତ୍ର ଭାଗ ୧ , ୨୦୨୬ ଦୀପାବଳିରେ ଏବଂ ଭାଗ ୨ , ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ ।










