21.1 C
Bhubaneswar
Monday, December 8, 2025
Homeଓଡିଶାଗୋପାଳପୁରରେ ଗଣଦୁଷ୍କର୍ମ ମାମଲା: ଗର୍ଜିଲେ ବିଜେଡି କର୍ମୀ

ଗୋପାଳପୁରରେ ଗଣଦୁଷ୍କର୍ମ ମାମଲା: ଗର୍ଜିଲେ ବିଜେଡି କର୍ମୀ

ଗଂଜାମ: ଗଂଜାମ ଜିଲ୍ଲା ଗୋପାଳପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ସାରା ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ପ୍ରତିବାଦରେ ଆଜି ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ବିପର‌୍ୟ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆନ୍ଦୋଳନ କରାଯାଇଛି। ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ସାମ୍ନାରେ ମଧ୍ୟ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଛାତ୍ରନେତା ଓମକାର ମହାପାତ୍ର, ଲିପ୍ତିରଞ୍ଜନ ସାହୁ, ରୁଦ୍ର ବରାଳ ଓ ରାକେଶ ବାରିକ ନେତୃତ୍ବରେ ଏହି କାର୍ଯକ୍ରମ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking