25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏଚଆଇଭି ନିବାରଣ ଔଷଧକୁ ଏଫଡିଏର ଅନୁମୋଦନ

ଏଚଆଇଭି ନିବାରଣ ଔଷଧକୁ ଏଫଡିଏର ଅନୁମୋଦନ

ନୂଆଦିଲ୍ଲୀ: ଏଚ୍‌ଆଇଭି ଭୂତାଣୁକୁ ରୋକିବା ଦିଗରେ ମେଡିକାଲ୍ ସାଇନ୍ସକୁ ମିଳିଛି ଏକ ବଡ଼ ସଫଳତା । ଏଚଆଇଭି ମହାମାରୀକୁ ବ୍ୟାପକ ଭାବରେ ରୋକିବାର କ୍ଷମତା ଥିବା ଏକ ଔଷଧ ଏହାର ପ୍ରଥମ ନିୟାମକ ପ୍ରତିବନ୍ଧକକୁ ଦୂର କରିଛି। ଆମେରିକାର ଏଫ୍‌ଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫିଲେକ୍ସିସ ରୂପେ ମଞ୍ଜୁରି ଦିଆଯାଇଛି । ଏହା ଦୁନିଆର ପ୍ରଥମ ଏପରି ଇଞ୍ଜେକ୍ସନ ଯାହାକୁ ପ୍ରତି ଛଅ ମାସରେ ଦୁଇ ଥର ନେବା ପରେ ଏଚ୍‌ଆଇଭି ସଂକ୍ରମଣରୁ ଏକ ପ୍ରକାର ସଂପୂର୍ଣ୍ଣ ସୁରକ୍ଷା ଦିଏ । ତେବେ ଏହି ଇଞ୍ଜେକ୍ସନ ଏଚ୍‌ଆଇଭିର ସମ୍ପୂର୍ଣ୍ଣ ଚିକିତ୍ସା କରେ ନାହିଁ । ଏହା ନେବା ଦ୍ୱାରା କେବଳ ରୋକଯାଇପାରିବ ।

ଏହି ଇଞ୍ଜେକ୍ସନକୁ ନେଇ ରସର୍ଚ୍ଚ କରାଯାଇଥିଲା । ତିନି ପ୍ରମୁଖ ନୈଦାନିକ ପରୀକ୍ଷଣର ଫଳାଫଳରୁ ଜଣାପଡ଼ିଥିଲା ଯେ ଇଞ୍ଜେକ୍ସନ ନେବା ଦ୍ୱାରା ମହିଳାଙ୍କ ପାଖରେ ସଂକ୍ରମଣ ଶୂନ୍ୟ ଓ ପୁରୁଷଙ୍କ ପାଖରେ କେବଳ ୦.୧ ହିଁ ସଂକ୍ରମଣ ଦେଖାଯାଇଥିଲା । ଲେନାକାପାଭିର ଏକ କ୍ୟାପ୍ସିଡ ଇନ୍‌ହିବିଟର୍‌ । ଏହା ଏଚ୍‌ଆଇଭି ଭୂତାଣୁର ବାହାର ପରସ୍ତ (କ୍ୟାପ୍ସିଡ୍‌)କୁ ଦୁର୍ବଳ କରି ଭାଇରସ୍‌ର ଶରୀରରେ ବ୍ୟାପିବା ପ୍ରକ୍ରିୟାକୁ ରୋକିଥାଏ ।

ଇଞ୍ଜେକ୍ସନର ଦୁଇଟି ଡୋଜ୍ ଚର୍ମ ତଳେ ଦିଆଯାଏ, ଫଳରେ ଏହା ଧୀରେ ଧୀରେ ନିର୍ଗତ ହୁଏ ଏବଂ ଶରୀରରେ ୬ ମାସ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଛଅ ମାସ ପରେ ଆଉ ଏକ ଡୋଜ୍ ନେବାକୁ ପଡ଼ିଥାଏ । ଏହି ଇଞ୍ଜେକ୍ସନର ଲାଭ ପାଇବା ପାଇଁ, ପ୍ରତି ଛଅ ମାସରେ HIV ନେଗେଟିଭ୍ ପରୀକ୍ଷା କରିବା ଆବଶ୍ୟକ । ତା’ପରେ ହିଁ ପରବର୍ତ୍ତୀ ଡୋଜ୍ ଦିଆଯାଏ । ଏହି ଇଞ୍ଜେକ୍ସନ ଉପରେ କରାଯାଇଥିବା ତିନୋଟି ପରୀକ୍ଷଣ ସଫଳ ହୋଇଛି । ଏହା ପରେ ଏଫଡିଏ ଏହାକୁ ଅନୁମୋଦନ କରିଛି ।

ଏହି ଇଞ୍ଜେକ୍ସନର ଲାଭ ସେହି ଲୋକଙ୍କୁ ମିଳିବ ଯେଉଁମାନଙ୍କୁ ଏଚ୍‌ଆଇଭି ହେବାର ଅଧିକ ବିପଦ ରହିଛି । ଇଞ୍ଜେକ୍ସନ ନେବା ପାଇଁ ବ୍ୟକ୍ତିଙ୍କ ଓଜନ ୩୫ କେଜିରୁ ଅଧିକ ରହିବା ଦରକାର ଏବଂ ତାଙ୍କ ପାଖରେ ଏଚ୍‌ଆଇଭିର କୌଣସି ଲକ୍ଷଣ ନଥିବ । ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଏହି ଇଞ୍ଜେକ୍ସନ ନିଅନ୍ତି ତେବେ ତାଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚିପାରେ । ପବ୍ଲିକ୍ ହେଲ୍ଥ ଏକ୍ସପର୍ଟ ଡ.ଯୁଗଳ କିଶୋର କହିଛନ୍ତି, ଲେନାକାପାଭିର ଏକ ବୈଜ୍ଞାନିକ ଓ ସାର୍ବଜନୀନ ସ୍ୱାସ୍ଥ୍ୟରେ ମାଇଲ ଖୁଣ୍ଟ । ଏହା ଏଚ୍‌ଆଇଭି ରୋକିବା ଦିଗରେ କ୍ରାନ୍ତି ଆଣିପାରେ । କିନ୍ତୁ ଲୋକଙ୍କ ପାଖରେ ଶସ୍ତାରେ ଉପଲବ୍ଧ ହେବା ଦ୍ୱାରା ହିଁ ଏହାର ଲାଭ ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking