17.1 C
Bhubaneswar
Monday, December 22, 2025
Homeଓଡିଶାମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା

ପୁରୀ: ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ପୁଣି ଫସିଛି। ଏହା ଦ୍ବାରା ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମହିଷାତଳରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ଡଙ୍ଗା ବାଲିକୁଦରେ ଲାଗିବା ଫଳରେ ଆଗକୁ ବଢ଼ି ପାରି ନାହିଁ। ସାତପଡ଼ାରୁ ଆଜି ଅପରାହ୍‌ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ ୧୫ଟି ବାଇକ୍ ରହିଥିଲା। ପ୍ରାୟ ୫ଟା ୨୦ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି। ଡଙ୍ଗାରେ ଥିବା ମେସିନ ଭାଙ୍ଗିଯାଇଛି। ଏ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିପାରି ନାହାନ୍ତି। ଅନ୍ୟ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।  ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking