16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶହନିମୁନ୍‌ରେ ଯାଇଥିବା ଯୁବକଙ୍କୁ ହତ୍ୟା

ହନିମୁନ୍‌ରେ ଯାଇଥିବା ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଇନ୍ଦୋରରରୁ ମେଘାଳୟ ହନିମୁନ୍ ପାଇଁ ଯାଇଥିବା ନବ ବିବାହିତ ଯୋଡି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ଘଟଣାରେ ଭୟାବହ ମୋଡ। ମେଘାଳୟ ପୁଲିସର ସୂଚନା ଅନୁସାରେ, ରାଜାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତାଙ୍କର ମୃତଦେହକୁ ସୋମବାର ପୂର୍ବ ଖାସି ହିଲସ୍‌ ଜିଲ୍ଲାର ସୋହରା (ଚେରାପୁଞ୍ଜି) ରେ ଏକ ଝରଣା ନିକଟରେ ଥିବା ଗଭୀର ଖାତରୁ ଜବତ କରାଯାଇଛି। ସୋନମଙ୍କ ସନ୍ଧାନ ଏବେ ବି ଜାରି ରହିଛି। ପରିବାର ଏହି ମାମଲାରେ ସିବିଆଇ ଯାଞ୍ଚ ଦାବି କରିଛି। ମେଘାଳୟ ପୁଲିସର ସ୍ବତନ୍ତ୍ର ଯାଞ୍ଚ ଟିମ୍ (ଏସଆଇଟି) ଏହାକୁ ଏକ ସ୍ପଷ୍ଟ ହତ୍ୟା ମାମଲା ବୋଲି କହିଛି। ପୁଲିସ କହିଛି, ଆମେ ପୀଡିତଙ୍କ ମୋବାଇଲ ଫୋନ୍ ଓ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛୁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏହା ହତ୍ୟା ଥିଲା।’

ଶବ ସେହି ଅଞ୍ଚଳ ନିକଟରେ ମିଳିଛି, ଯେଉଁଠି ମାରଣାସ୍ତ୍ର ଓ ଫୋନ୍ ଜବତ କରାଯାଇଛି। ଯେଉଁଥିରୁ ସଙ୍କେତ ମିଳୁଛି ଯେ, ଅପରାଧ ଆଖପାଖ ଅଞ୍ଚଳରେ ହୋଇଛି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ରାଜା ଓ ସୋନମଙ୍କ ବିବାହ ଗତ ମେ’ ୧୧ ତାରିଖରେ ଇନ୍ଦୋରରେ ହୋଇଥିଲା। ସେ ମେ’ ୨୦ ତାରିଖରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ପୁଲିସର କହିବା ଅନୁସାରେ, ନବଦମ୍ପତି ମେ’ ୨୨ ତାରିଖରେ ଭଡ଼ାରେ ସ୍କୁଟି ନେଇ ମାଭଲାଖିୟାତ ଗାଁରେ ପହଁଞ୍ଚିଥିଲେ। ସେଠାରୁ ନୋଗ୍ରିୟାଟ୍‌ ଗାଁରେ ଥିବା ପ୍ରସିଦ୍ଧ ‘ଲିଭିଂ ରୁଟ୍ ବ୍ରିଜ୍’ ଦେଖିବାକୁ ଯାଇଥିଲେ। ଏହାପରେ ରାତିସାରା ଏକ ‘ହୋମ୍‌ ଷ୍ଟେ’ ରେ ରହିଥିଲେ। ମେ’ ୨୩ ତାରିଖ ସକାଳୁ ସେଠାରୁ ବାହାରିଥିଲେ। ଏହାର କିଛି ଘଣ୍ଟାପରେ ସେ ନିଖୋଜ ହୋଇଯାଇଥିଲେ ।

ମେ’ ୨୪ ତାରିଖରେ ତାଙ୍କ ସ୍କୁଟର ଶିଲଙ୍ଗ-ସୋହରା ମାର୍ଗରେ ଏକ କାଫେ ନିକଟରୁ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ ସ୍ଥାନୀୟ ଗ୍ରାମବାସୀ ସହାୟତାରେ ଛାନଭିନ କରିବା ଆରମ୍ଭ କରିଥିଲା। ୧୧ ଦିନ ପରେ ସୋମବାର ଡ୍ରୋନ୍ ସାହାଯ୍ୟରେ ରାଜାଙ୍କ ମୃତଦେହ ନଗ୍ରିୟାଟ ଗାଁ’ଠାରୁ ୨୦ କିଲୋମିଟର ଦୂର ଭେଇ ସାଣ୍ଡଗ ଝରଣା ନିକଟରୁ ୧୦୦ ଫୁଟ୍ ଖାଇରୁ ଉଦ୍ଧାର କରାଯାଇଥିଲା। ରାଜାଙ୍କ ଭାଇ ସଚିନ ରଘୁବଂଶୀ କହିଛନ୍ତି, ମୃତଦେହ ଏତେ ସଢି ଯାଇଥିଲା ଯେ, ଚିହ୍ନିବା କଷ୍ଟକର ଥିଲା। ରାଜାଙ୍କ ସୁନା ମୁଦି, ଚେନ୍ ଓ ପର୍ସ ଗାଏବ ରହିଛି। ମୁଁ ସରକାରଙ୍କୁ ଦାବି କରିବାକୁ ଚାହୁଁଛି, ସିବିଆଇ ଏହାର ତଦନ୍ତ କରୁ। ଯେପରି ସତ କ’ଣ ତାହା ସାମ୍ନାକୁ ଆସିବ। ସୋନମକୁ ଯେମିତି ହେଲେ ସରକାର ଖୋଜି ବାହାର କରନ୍ତୁ। ଏଥିପାଇଁ ସେନାର ସହାୟତା ଦାବି କରିଛନ୍ତି ସଚିନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking