ନୂଆଦିଲ୍ଲୀ: ଡିଜେ ର ଅଧିକ ଶବ୍ଦ ଯୋଗୁଁ ୧୫ ବର୍ଷୀୟା ଝିଅର ଜୀବନ ଚାଲିଗଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ରାତି ପ୍ରାୟ ୧୧ଟାରେ ପଡୋଶୀ ସୋନଫି ସାହଙ୍କ ନାତିର ବିବାହ କାଯ୍ୟକ୍ରମ ଥିଲା । ଝିଅଟି ତାଙ୍କ ପରିବାର ସହିତ ଶୋଭାଯାତ୍ରା ଦେଖିବା ପାଇଁ ବାହାରକୁ ଆସିଥିଲେ । ହଠାତ ଡିଜେର ଶବ୍ଦ ଜୋର ହେବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାପରେ ତାଙ୍କୁ ପରିବାର ଲୋକେ ବାଇକ ଯୋଗେ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଝିଅଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକେ ହସ୍ପିଟାଲ ଆଗରେ ପ୍ରତିବାଦ ମଧ୍ୟ କରିଥିଲେ । ପରେ ସ୍ଥାନୀୟ ଲୋକ ମଧ୍ୟ ଏହା ଶୁଣି ପ୍ରତିବାଦରେ ସାମିଲ ହୋଇଥିଲେ । ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ସ୍ଥାନୀୟ ଲୋକ । ପ୍ରତିବାଦ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ନିୟନ୍ତ୍ରଣ କରିଥିଲା । ଅନ୍ୟପଟେ ମୃତ ଝିଅର ଦାଦା ପୋଲିସକୁ କହିଛନ୍ତି, ମେଡିକାଲରେ ପହଞ୍ଚିବାର ଗୋଟିଏ ଘଣ୍ଟା ପରେ ଝିଅର ଚିକିତ୍ସା କରିଛନ୍ତି । ଡାକ୍ତରଙ୍କ ଅବହେଳା ଯୋଗୁଁ ଆଜି ଝିଅଟିର ଜୀବନ ଯାଇଛି । ସେ ଆଗରୁ ହୃଦରୋଗରେ ପୀଡିତ ଥିଲେ । ଦିଲ୍ଲୀରେ ତାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଭଲ ହୋଇଯାଇଥିଲେ ।










