16.1 C
Bhubaneswar
Saturday, December 20, 2025
Homeଖେଳଆରସିବି ଆଇପିଏଲ ଚାମ୍ପିୟନ, ପଞ୍ଜାବକୁ ୬ ରନରେ ହରାଇଲା

ଆରସିବି ଆଇପିଏଲ ଚାମ୍ପିୟନ, ପଞ୍ଜାବକୁ ୬ ରନରେ ହରାଇଲା

ନୂଆଦିଲ୍ଲୀ: ଦୀର୍ଘ ୧୮ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚଳିତ ଆଇପିଏଲ୍ ସିଜିନ୍‌ର ନୂଆ ଚାମ୍ପିଅନ୍ ଆଖ୍ୟା ହାସଲ କରିଛି। ଅନ୍ୟପକ୍ଷେ ବହୁ ସଂଘର୍ଷ କରି ଫାଇନାଲ୍ ପର୍ଯ୍ୟନ୍ତ ଆସିଥିବା ପଞ୍ଜାବ କିଙ୍ଗ୍‌ସକୁ ଏଥର ନିରାଶ ହେବାକୁ ପଡ଼ିଛି। ବେଙ୍ଗାଲୁରୁୂ, ୬ ରନ୍ ବ୍ୟବଧାନରେ ପଞ୍ଜାବକୁ ପରାସ୍ତ କରିଛି। ଅହମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ର ଏହି ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ବେଶ୍ ଉଚ୍ଚକୋଟରୀର ପ୍ରଦର୍ଶନ କରିଥିଲେ।

ଆଇପିଏଲ୍‌-୨୦୨୫ ଏକ ନୂଆ ଚାମ୍ପିଅନ୍ ପାଇବା ସହ ନିଜ ଅଭିଯାନ ଶେଷ କରିଛି। ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ପଞ୍ଜାବ କିଙ୍ଗ୍‌ସ୍ (ପିବିକେଏସ୍‌) ଟାଇଟଲ୍ ହାତେଇବା ପାଇଁ ପରସ୍ପରକୁ କଡା ଟକ୍କର ଦେଇଥିଲେ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗ୍‌ସର ବୋଲରମାନେ ଶତ ଚେଷ୍ଟା କରିବା ସତ୍ତ୍ୱେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୧୯୦ ରନ୍ କରିନେଇଥିଲା। ୧୯୧ ରନ୍‌ର ଲକ୍ଷ୍ୟ ନେଇ ପଞ୍ଜାବର ବ୍ୟାଟ୍ସମ୍ୟାନ୍‌ମାନେ ଆକ୍ରମଣାତ୍ମକ ଢ଼ଙ୍ଗରେ ଇନିଂସ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ଇନିଂସ ଖେଳି ସମସ୍ତଙ୍କ ପ୍ରଶଂସାର ପାତ୍ର ସାଜିଥିବା ତଥା ପଞ୍ଜାବର ଅଧିନାୟକ ଶ୍ରେୟସ ଆୟର ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ନେହାଲ ୱାଢ଼େରାଙ୍କ ଉପରେ ଦଳ ଏବଂ ସେମାନଙ୍କ ପ୍ରଂଶସକମାନେ ବିଶ୍ୱାସ ରଖିଥିଲେ ମଧ୍ୟ ଉଭୟ ନିରାଶ କରିଥିଲେ। ଅନ୍ୟପକ୍ଷେ ବେଙ୍ଗାଲୁରୁର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ବ୍ୟାଟ୍ ଆଜି ଭଳି ଏକ ବଡ଼ ମ୍ୟାଚ୍‌ରେ ଗର୍ଜିଥିଲା। ମୋଟାମୋଟି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସମସ୍ତ ଖେଳାଳିଙ୍କ ସମାନ ଯୋଗଦାନ ଯୋଗୁ ଦଳ ଆଜି ଏଠାରେ ବିଜୟ ଲାଭ କରିବା ସହ ନୂଆ ଚାମ୍ପିଅନ୍ ଟାଇଟଲ୍ ମଧ୍ୟ ହାତେଇଛି।
ମ୍ୟାଚ୍ ଆରମ୍ଭରୁ ବର୍ଷା ବାଧକ ହେବ ବୋଲି ଆଶଙ୍କା କରାଯାଉଥିଲା। ଫଳରେ ଉଭୟ ଦଳର ପ୍ରଶଂସକମାନେ କିଛି ମାତ୍ରାରେ ନିରାଶ ମଧ୍ୟ ହୋଇପଡିଥିଲେ। କିନ୍ତୁ ଠିକ୍ ସମୟରେ ବର୍ଷା ଆଶଙ୍କା ହଟିଯାଇଥିଲା ଏବଂ ଧାର୍ଯ୍ୟ ସମୟରେ ହିଁ ଖେଳ ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking